ଛଅଖଣ୍ଡ କାଠରେ ହେବି ମୁଁ ସବାରୀ
ଧୃଵପରି ସତ୍ୟ ଏହା,
ଧୃଵପରି ସତ୍ୟ ଏହା,
ଏନ୍ତୁଡ଼ି ନିଆଁଟି ଜଳି ତ ସରିଛି
ମଶାଣି ନିଆଁଟି ସାହା ।
ମନ ପଞ୍ଜୁରୀରେ ବସା ବାନ୍ଧିଥାଏ
ଆତ୍ମପକ୍ଷୀଟିଏ ମୋର,
ଭବିଷ୍ୟତ ଯେବେ ପଚାରେ ତାହାକୁ
ହୋଇଥାଏ ନିରୁତ୍ତର ।
ଅଙ୍କା-ବଙ୍କା ରାସ୍ତା ପାରି ହେବା ପାଇଁ
ପାଦ ପକାଏ ଆଗକୁ,
ଆବର୍ଜନା ପୂର୍ଣ୍ଣ ପଥଟି ଦେଖିଣ
ପ୍ରଶ୍ନ ଆସେ ଯେ ମନକୁ ।
ପଥ ସରେ ନାହିଁ କ୍ଳାନ୍ତ ହୋଇଯାଏ
ହୋଇଯାଏ ବାଟବଣା,
ଅନିଶ୍ଚିତ ମୋର ଅଟେ ଭବିଷ୍ୟତ
ଥାଏ କେତେ କଟକଣା ।
ଦୃଶ୍ୟମାନ ଘଟଣାର ଦୃଶ୍ୟପଟ ଯେବେ
ଆଖି ଆଗେ ନାଚିଯାଏ,
ସ୍ନେହ,ପ୍ରେମ ଓ ଭାଲପାଇବା ସବୁ
କରିପାରେ ନାହିଁ ଅଭିଯୋଗ ମୁହଁ
ବୁଢିଆଣି ଜାଲ ଘେରେ,
ମାୟାବନ୍ଧନରେ ବାନ୍ଧିଯାଇ ସେଠି
ଅଭିନୟ ଖାଲି କରେ ।
ସମୟକୁ ଖାଲି ଅପେକ୍ଷା ରହିଛି
ଜୀବନର ଅନ୍ତ ହେବ,
ସବୁ ଅଭିନୟ ସେଦିନ ସରିବ
ମାଟି ମାଆ କୋଳେଇବ ।
ବାଲିଆପାଳ,ବାଲେଶ୍ୱର
ଜୟ ସାହିତ୍ୟ, ଜୟ ସମାଜ

ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା
ReplyDelete