ଏଇ ଶୁଭ ସକାଳରେ
ବନ୍ଧୁ ହେ,,,,
ଅରପି ଦେଲି ମୋ
ମନର ମୁକୁତା ଫୁଲ
ଆଶା ବି କରିନି
ଦେଵ କି ନ ଦେବ ମୁଲ,,,
ମୋ ପ୍ରେମ ଫଲ୍ଗୁରେ
ସେଇ ସୁନେଲି ସ୍ୱପ୍ନରେ
ଚୁପଚାପ ଆସି
ମୋ ପାଖରେ ବସି
ଭଲ ପାଅ ବୋଲି
ନିରବେ ଇଙ୍ଗିତ ଦେଲ
ସେ ଶୁଭ ଲଗନ
ଝୁରି ହୁଏ ମନ
ସାଥେ ନେଇ ଆସ
ଆଉ ଥରେ
ସୁନେଲି କିରଣେ
ସେ ବର୍ଣ୍ଣ ବିଭାରେ
ରଞ୍ଜାଅ ଅନୁରାଗରେ
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।