2/03/2019

କଳା ପଟଳେ

ଜ୍ଯୋତ୍ସ୍ନା ପୃଷ୍ଟି
କାଉ ତ କଳା କୋଇଲି କଳା ,

      କଳା କଜଳପାତି ।

କଳାରେ କଳା କଳା ଭଅଁର ,

   କଳା ନିପୁଣେ ମାତି ।।(୧)

କଳା ଭୂଇଁରେ କଳାକୁ ମାଠି ,

   କଳା ହୋଇଲା ଗୀତି ।

କଳା ସଂସାର ସତେ ମଧୁର ,

   କଳାକାରର ସ୍ଥିତି ।।(୨)

କଳା ନାଲିରେ ରଙ୍ଗା କାଇଁଚ ,

  କଳା ପୂଜାରୀ ପ୍ରୀତି ।

କଳା ଠାକୁର କଳି ଯୁଗରେ ,

   କଳାରେ ନେଲେ ଜିତି ।।(୩)

କଳା ବଉଦ କଳା ବଳରେ ,

    କଳ କୁଶଳେ ନିତି ।

କଳା ଅନ୍ଧାର ଆକାଶେ ଛାଇ ,

   କଳା ଛାନ୍ଦଇ ରାତି ।।(୪)

କଳା କେବଳ କଳା ଯେ ନୁହେଁ ,

    କଳା କୋମଳମତି ।

କଳା କୌତୁକ କସ୍ତୁରୀ ବିଞ୍ଚା ,


 କଳା ପ୍ରତିଷ୍ଠା ପ୍ରତି ।।(୫)                                                    କଳା କଠିନ କଳା ପ୍ରାଙ୍ଗଣେ ,

କଳା ନିଖୁଣ ବ୍ରତୀ ।

କଳା କଲମ କଳା ପରଖେ ,

କଳା ଭଉଁରୀ ଜ୍ୟୋତି ।।(୬)

କଳା କମଳ କାରଣ କରି ,

   କଳା କାନ୍ତରେ ଗତି ।

କଳା ଜଗାଏ କାଳରେ ପୂଣ୍ୟ ,

   କଳାର ନାହିଁ ଇତି ।।(୭)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।