ମହାସ୍ମୀତା ଓଝା
ଲଗ୍ନ ମନ ମୋ ଝଙ୍କାର ତୋଳେ
ନିରବ ନଦୀର କୂଳେ
କକ୍ଷଚ୍ୟୁତ ତାରକା ମୁଁ ଏକ
ନୀଳ ଆକାଶର ପଥେ
ସ୍ତିମିତ ସୂର୍ଯ୍ୟର ଦୀପ୍ତି ରେଖା ତୁମେ
ଆଲୋକିତ କର ମୋତେ
ନିଃସ୍ଵ ଜୀବନେ ଚାହିଁ ମୁଁ ରହିଛି
ନିମିଳିତ ଆଶା ନେଇ
ତୁମେ ଦେଖା ହେବ କାହିଁ
ତଥାପି କହୁଛି ଅଶାନ୍ତ ମନ ମୋ
କିଛି ତୁମଠାରୁ ଚାହେଁ
ଯୁଗ ଯୁଗ ପାଇଁ ପ୍ରିୟତମା ତୁମ
ଅଭିସାରିକା ମୁଁ ନୁହେଁ।।
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।