2/03/2019

ଆଜି ମୁଁ ପାଉନି ଖୋଜି

କଣ୍ଡୁରି ଚରଣ ରାଉତ
ଆଜି ମୁଁ ପାଉନି ଖୋଜି          
ବାଳୁତ ବେଳର ନିଷ୍ପାପ ମନ
କୈଶୋରର କିଆ ବଣ
ବଣ ପାଖର ନିର୍ମଳ ଝରଣା 
ଆଉ ଗାଁ ଚାଳରେ 
ପକ୍ଷୀଙ୍କର କିଚିରିମିଚିରି। 
ଆଜି ମୁଁ ପାଉନି ଖୋଜି 
ବୁଢୀ ମା' କୋଳରେ ନାତି ନାତୁଣୀଙ୍କୁ 
କାହାଣୀ ଶୁଣିବା ପାଇଁ 
ଅଳି ଅର୍ଦ୍ଦଳି କରୁଥିବାର ଦୃଶ୍ୟ ।

ଆଜି ମୁଁ ପାଉନି ଖୋଜି 
ବାଘ ପରି ମାଘ ମାସର ଶୀତ 
ଶ୍ରାବଣ ମାସର ଝଡ ବର୍ଷା 
ବସନ୍ତର ଲାସ୍ୟମୟୀ ରୂପ
ଏବେ ତ ଖାଲି ଵୈଶାଖର ଝାଞ୍ଜି 
ନିର୍ବାଚନର ଝଞ୍ଜା ପରି
ପର କରି ଦେଉଛି ଆପଣାର ପ୍ରିୟ ପରିଜନ
ଜାଳିପୋଡି ଛାରଖାର କରି ଦେଉଛି 
ଅନେକ ସୁନାର ସଂସାର।
            *****
ଶିକ୍ଷକ,ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ,ଦେଓଗାଁ,ବଲାଙ୍ଗିର
ମୋ.୯୯୩୭୯୮୨୮୪୬
ଜୟ ସାହିତ୍ୟ, ଜୟ ସମାଜ

1 comment:

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।