ପଲକରେ ଲୁଟି ନେଇଛି ଖୁସି
ଏ ବନ୍ଦ ପୃଷ୍ଠାରେ ଅଣଲୋଡ଼ା
ବହିଟା କ'ଣ ସତରେ ଖୁସିର
ମହକ ବାଣ୍ଟି ପାରିବ,
ତଥାପି ଚିହ୍ନା ପରିଚୟ ନାହିଁ ସିନା
ତୁମ ଶବ୍ଦରେ କାହିଁକି କେଜାଣି
ନିଜକୁ ବନ୍ଦି କରି
ଛନ୍ଦି ହୋଇଯାଉଛି,,
ଛନ୍ଦି ହୋଇଯାଉଛି,,
କେବେ ତୁମ ଲେଖାର ପ୍ରେମରେ,
ସତରେ କଣ୍ଟା ବଦଳରେ
ଫୁଲ କ'ଣ ଫୁଟିବ
ନା ମୁଁ ସ୍ୱପ ଦେଖୁଛି,
ହଜିଲା ସମ୍ପର୍କ ସତରେ ଯଦି
ବନ୍ଦ ପୃଷ୍ଠାରେ ଖୋଜି ହୁଅନ୍ତା
ହଳାହଳ ଜହର ପିଇ ବଞ୍ଚୁଥିବା
ଲୋକମାନେ କେବେ ଲୁହକୁ
ବେଖାତିର କରି ହସି ହସି
ପିଉନଥାନ୍ତେ,
ଓଳିଏ ଖାଇ ଆରଓଳି
ଉପାସ ରହୁଥିବା ଲୋକଟା
ସତରେ କ'ଣ କଲମର
କାଳି ରଙ୍ଗକୁ ଚିହ୍ନିପାରିବ
କାଳି ରଙ୍ଗକୁ ଚିହ୍ନିପାରିବ
ନା ଭଲରେ ପଢି ପାରିବ
ନା ସେ ଲେଖି ପାରିବ
ନା ଚିହ୍ନିପାରିବ ସେ 'ଅ' ଠାରୁ
'କ୍ଷ ପର୍ଯ୍ୟନ୍ତ ଅକ୍ଷର ଗୁଡିକୁ !
'କ୍ଷ ପର୍ଯ୍ୟନ୍ତ ଅକ୍ଷର ଗୁଡିକୁ !
ତା'ହେଲେ ତ ସେ ମୁର୍ଖ
ସେଥିପାଇଁ ତ ତାକୁ ଅଣପାଠୁଆ
ହେବାକୁ ବାଧ୍ୟ କରିଛନ୍ତି ଆପଣ
ନଚେତ ଏ ସମାଜ
କାହିଁକି ଏ ସମୟ
ବାଘ ବଜାରୀ ଖେଳ ଖେଳି
ଅଦଳ ବଦଳ କରିଦେଲା ତା'
ଅତୀତ ଆଉ ଭବିଷ୍ୟତ,
ତା'ହେଲେ ବର୍ତ୍ତମାନକୁ ଆସନ୍ତୁ ନା
ପ୍ରଥମ ଧାଡ଼ିରୁ ଯଦି ଆରମ୍ଭ କରିଥିବା
ଲେଖାଟି ଅଧାରେ ରହିଯିବ
ସେ ଲେଖା ଆଉ କ'ଣ
ବହିରେ ସ୍ଥାନ ପାଇପାରିବ
ବହିରେ ସ୍ଥାନ ପାଇପାରିବ
ନା କୌଣସି ବହିର ସୂଚୀକ୍ରମ ହୋଇ
ପ୍ରଥମ ପୃଷ୍ଠାଟିଏ ହୋଇ ପାରିବ,
ପ୍ରଥମ ପୃଷ୍ଠାଟିଏ ହୋଇ ପାରିବ,
ସେଥିପାଇଁ ତ କହୁଛି ଯୋଡିଦିଅ
ତାକୁ ଶିକ୍ଷା ଦେଇ
ପାଠକ ଟିଏ କରି
ପାଠୁଆ ସଜେଇ
କେଉଁ ଏକ ନୂଆ ଇତିହାସର
ସଂଭ୍ରାନ୍ତ ସମ୍ରାଟଟିଏ କରିଦେଲେ
ଆପଣ ମାନଙ୍କର କ୍ଷତି କ'ଣ ହେବ ?
ତା'ପରେ ଆସନା ସେ ଲେଖା ବହିଟିକୁ ପଢିବା
ହସି ହସି ଗଡ଼ିବା
ଲୁହରେ ଯୋଡ଼ିଦେବା
ଆଉ ଏକ ନୂତନ ସମ୍ପର୍କ ଲେଖାହେବ
ଯେଉଁ ସମ୍ପର୍କରେ ଲେଖା ବହିଟି
ଲୁହରେ ଭାସୁଥିବ ଗପଟିଏ ହୋଇ
କେବେ ସ୍ନେହରେ ଆପଣେଇ ନେଉଥିବ
ଗୀତଟିଏ ହୋଇ
ଏ ଦୁନିଆ ହାଟରେ,,,,,,।।
ଭଦ୍ରକ ,ବାସୁଦେବପୁର
ରାଜଘରପୋଖରୀ, ସାନମଛୁଆଘାଇ
ମୋ--୮୦୭୨୭୮୩୨୨୦,


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।