ସୁରେନ୍ଦ୍ର କୁମାର ନାୟକ
ହେ ପ୍ରଭୁ ! ମୋତେ କାହିଁକି ଝିଅ ଜନ୍ମ ଦେଲ ? ମୋର ଦୋଷ କ'ଣ ? କାହିଁକି ମୋତେ ନିଜ ଇଛାରେ ବଞ୍ଚିବାକୁ ଦେଉ ନାହାନ୍ତି ? ମା' ପେଟରେ ଥିଲାବେଳେ ପିତା-ମାତା ପୁଅ କି ଝିଅ ଲୁଚି ଛପି କେଉଁ ଅଜଣା ଜାଗାରେ ପରୀକ୍ଷା କରି ନିଅନ୍ତି । ଯଦି ଜାଣି ପାରିଲେ ଝିଅଟିଏ ହେବ ।ତା'ହେଲେ ଭୃଣଟିକୁ ନଷ୍ଟ କରିଦେଲେ । ଦୁନିଆ ଦେଖିବା ଆଗରୁ ମୋର ମୃତ୍ୟୁ ହେବାକୁ ପଡିଲା ।ମୋର ଦୋଷ କ'ଣ କାହିଁକି ମୋତେ କନ୍ୟା ଭୃଣଟିଏ କରିଥିଲେ ।ଯଦି ପିତାମାତା ଙ୍କକୋଳରେ ଝିଅ ଟିଏ ହେଲି ।ସେହି ପିତା ମାତା ଏବଂ ପରିବାର ଲୋକେ ଦୁଃଖ ପ୍ରକାଶ କରନ୍ତି ।ମୋତେ ଘୃଣା କରନ୍ତି ।ପିତାମାତା ମଧ୍ୟ ମାରିବାକୁ ଚେଷ୍ଟା କରନ୍ତି । ଯଦି ମୁଁ ବଞ୍ଚିଗଲି ମରିବା ଗାଳି ସବୁବେଳେ ଶୁଣିଲି ।
ହେ ପ୍ରଭୁ ମୋର ଦୋଷ କ'ଣ ? କ'ଣ ମୋର ଭୁଲ୍ ? ପୁଅଟିକୁ ଏସବୁ ଖାଇବାକୁ ମିଳିଲା ବେଳେ ମୋତେ ମିଳେ ନାହିଁ । ତଥାପି ମୁଁ ବଞ୍ଚିବାକୁ ଚାହେଁ ।କଅଁଳ ଶିଶୁରୁ ବଡ ହେଲି । ପାଠ ପଢିବି ବଡ ହେବି ବୋଲି ଆଶା କରିଥାଏ ।ବାପା ମାଆ କହିଲେ ତୁ ପାଠ ପଢିବୁ ଏଘର କାମ କିଏ କରିବ ? ମାଆ ! ମୁଁ ଘରର ସବୁ କାମ କରିବି । ହେଲେ ମୁଁ ପାଠ ପଢିବି ।ବାପା ମାଆଙ୍କ ଅନିଚ୍ଛା ସତ୍ତ୍ବେ ମଧ୍ୟ ମୁଁ ପଢିଲି ; ଘରର ସବୁ କାମ କଲି । ଭଲ ପଢିଲି । ଟିକେ ଟିକେ ଭୁଲ୍ରେ ଗାଳି ଖାଉଥାଏ । ଦଶମ ଶ୍ରେଣୀ ପରେ କଲେଜ ଯିବି ।ମନରେ ବହୁ ଆଶା ମୁଁ ପଢିବି । ବାପା ମାଆ କହୁଛନ୍ତି ତୁପଢିବା ଦରକାର ନାହିଁ । ବହୁକଷ୍ଟରେ କଲେଜ ପଢିଲି ।
ଯୌବନ ପାଦ ଦେଶରେ ଥିବାରୁ କଲେଜ ପିଲାଙ୍କ ଠାରୁ ଟାହି ଟାପରା ଶୁଣିବାକୁ ପଡିଲା । ଅଭିଯୋଗ କଲେ ଫଳ ଶୂନ୍ । କ'ଣ ମୋର ଦୋଷ ? ନିରୀହ ଝିଅଟିଏ ମୁଁ । ସବୁ ସହି ପାଠ ପଢିଲି । ନିଜକୁ ନିଜେ ରକ୍ଷା କରି ଆଗକୁ ଚାଲିଥାଏ । ବାପା ମାଆଙ୍କୁ ଜଣାଇଲେ ସେ ପଢା ବନ୍ଦ କରି ଦେବେ ।ବହୁକଷ୍ଟରେ ନିଜ ଲୁହକୁ ଚାପି କଲେଜ ପଢା ଶେଷ କଲି । ବାପା ବିବାହ କରେଇ ଦେଲେ । ସେଠି ସମସ୍ତଙ୍କୁ ନିଜର କଲି । କିନ୍ତୁ ମୋତେ କେହି ଭଲ ପାଇଲେ ନାହିଁ । କାହିଁକି ନା ମୋ ବାପା ବେଶି ଯୌତୁକ ଦେଇ ନାହାଁନ୍ତି । ସେଠି ଶାଶୁ ଶ୍ବଶୁର ଆଉ ନିଜ ସ୍ବାମୀ ଠାରୁ ମାଡ ଗାଳି ଖାଇଲି । ମୋତେ ଶେଷରେ ଧମକ ଦିଆଯାଇଛି ଯୌତୁକ ଟଙ୍କା ନ ଆଣିଲେ ଜୀବନରୁ ମାରି ଦେବେ । କୁହ ମୋର ଦୋଷ କ'ଣ ? କ'ଣ ମୋର ଭୁଲ୍ ? ହେ ପ୍ରଭୁ ଜବାବ ଦିଅ । କାହିଁକି ଝିଅ ଜନ୍ମ ଦେଉଥିଲ ? କ'ଣ ମୋର ଅପରାଧ ? ଏ ସମାଜ ମୋତେ ବଞ୍ଚି ବାକୁ ଦେବନି ।
ସରମରା
ବନ୍ତ,ଭଦ୍ରକ ଓଡିଶା
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।