2/03/2019

ରତ୍ନ ଆଜି ବିପଦରେ

ଆଲୋକ ଚନ୍ଦ୍ର ନାୟକ

    ଝିଅକୁ ବଞ୍ଚାନ୍ତୁ - ଝିଅକୁ ବଢ଼ାନ୍ତୁ - ଝିଅକୁ ପଢ଼ାନ୍ତୁ 
 ଏ ନାରା ପାଇଁ ଆମ ଦେଶ ଭାରତ ଚର୍ଚ୍ଚିତ ବିଶ୍ବେ । କିନ୍ତୁ ବାସ୍ତବରେ ଏହା କେତେ ଦୂର୍‌ ଠିକ୍‌ କିଛି ବିଶେଷ ଘଟଣା ଅନୁଧ୍ୟାନ କଲେ ଜଣା ପଡ଼େ । ସେ କେନ୍ଦ୍ରାପଡାର ଛବିରାଣୀ କି ପିପିଲିର ବେବିନା ହେଉ  ଅବା ଟିକିରିର ଶିକ୍ଷୟିତ୍ରୀ ଇତିଶ୍ରୀ ହେଉ କି ସାଙ୍ଗ ଜନ୍ମଦିନରୁ ଫେରୁଥିବା କୋଡ଼ିଏ ବର୍ଷିଆ ଯୁବତୀ ହେଉ ; ଏମାନେ ଜଣେ ଜଣେ ରତ୍ନ ନୁହଁନ୍ତି କି ? ତେବେ ଏମାନେ କାହିଁକି ଏକ ନିନ୍ଦନିୟ, ଲଜ୍ଜାକର ଓ ଅପ୍ରୀତିକର ଘଟଣା ଦୁଷ୍କର୍ମର ଶିକାର ହେଲେ ? ଏମାନଙ୍କର ବଞ୍ଚିବାର ଅଧିକାର ନ ଥିଲା କି? ଏମାନଙ୍କ ସହିତ କାହିଁକି ଏମିତି ହେଲା ?
  
     ଜାତିସଂଘର ପ୍ରକାଶିତ ଏକ ରିପୋର୍ଟ କହେ ଯେଭାରତର କନ୍ଯାରତ୍ନ ମାନଙ୍କ ଉପରେ ଘଟୁଥିବା ଯାହା ବି ଘଟଣା ପାଇଁ ଅଧିକାଂଶ ଭାରତୀୟ ଯୁବ ସନାଜ ହିଁ ଦାୟୀ । ଜାତିସଂଘର ରିପୋର୍ଟକୁ ଭଲ ଭାବେ ନିରୀକ୍ଷଣ କଲେ ନିଶ୍ଚୟ ଜାଣି ହେବ ବଭାରତର ଯୁବ ସମାଜ ଜାଣି ରସାତଳ ଗାମୀ ଓ ଯୁବ ସମାଜର କେତେ ଆଉ କିଭଳି ପରିବର୍ତ୍ତନ ଜାତିସଂଘର ରିପୋର୍ଟ ହିଁ କହିବ । ଏ ପୁଣ୍ଯ ଭୂମି ଭାରତ ନିନ୍ଦନିୟ କାହିଁକି ଜାତିସଂଘର ରିପୋର୍ଟ ହିଁ କହିବ । ଦୁଷ୍କର୍ମ ହେଉ କି ସେ ଏସିଡ୍‌ ମାଡ ; ଭାରତର କନ୍ଯାରତ୍ନ ମାନଙ୍କ ଦୟନୀୟ ଅବସ୍ଥା। କିଛି ଘଟଣାର ଅନୁଧ୍ୟାନ ଆମକୁ ଆମ କ୍ଷତିର ହିସାବ ଦେଇଦିଏ । 

     ଛବିରାଣୀ, ବେବିନା ଓ ଇତିଶ୍ରୀ ସହିତ ଅତି ଅମାନବୀୟ ଘଟଣା ଘଟି ସାରିବା ପରେ କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ କନ୍ଯାରତ୍ନ ମାନଙ୍କ ସୁରକ୍ଷା ପାଇଁ ଦାବି ବଢ଼ାଗଲା । ଯେଉଁମାନେ ରତ୍ନ ମାନଙ୍କ ଏ ଅବସ୍ଥା ପାଇଁ ଚିନ୍ତିତ ଥିଲେ ସେଇମାନେ ଜାଗି ବସିଲେ ଆଶା । ସେ ଓଡ଼ିଶା ସରକାର ହେଉ ଅବା ଭାରତ ସରକାର ; ଏ ଘଟଣାକୁ ରୋକିବାର ଆଇନ୍‌ ତିଆରି କଲେ । ଠିକ୍‌ ସେହି ସମୟରେ ଆଉ ଏକ ଦୁଃଖଦ ଘଟଣାର ସୂତ୍ରପାତ ହେଲା ଯାହା ଅମାନବୀୟ ଓ ଅପ୍ରୀତିକର ଥିଲା । ସାରା ଦେଶରେ କ୍ଷିପ୍ର ବେଗରେ ଖେଳିଗଲା ଯେ ବନ୍ଧୁ ଜନ୍ମ ଦିନରୁ ଫେରିବା କାଳରେ ଆସାମର ଜଣେ କୋଡ଼ିଏ ବର୍ଷିଆ ଯୁବତୀର ବଳାତ୍କାର ; ପୁଣି ସର୍ବସାଧାରଣ ରାସ୍ତାରେ । ଜଣକ ପରେ ଜଣେ ଖୁମ୍ପି ଚାଲିଲେ ଯୁବତୀର ସୁଆଦିଆ କଅଁଳ ମାଂସ । ରାସ୍ତାରେ ଯାତାୟତ ଯାତ୍ରୀମାନେ ବିରୋଧ କରିବେ କ'ଣ, ମୋବାଇଲ୍‌ରେ ଭିଡ଼ିଓ ଉତ୍ତୋଳନ କରିବା ଦୃଶ୍ଯ ସତରେ ଆଶ୍ଚର୍ଯ୍ୟ ଜନକ ଥିଲା । କି ପ୍ରକାର ଏ ଦୁନିଆ ଆଉ କେମିତି ଏ ଜନତା ; ଧନ୍ୟ ଏ ଯୁବ ସମାଜ । 

       ସେବେଳେ ଇତିଶ୍ରୀ ଓ ବେବିନା ଭଳି ଯୁବତୀଙ୍କ ଗଣ ଦୁଷ୍କର୍ମର ଆନ୍ଦୋଳନ ପୂର୍ଣ୍ଣ ରୂପ ନେଲା । ଜନ ସମାଜରେ ଆଶା ଜାଗିଲା ଏଥର ଦୋଷୀ ଦଣ୍ଡ ପାଇବା ସହ ଯୁବ ସମାଜ ନିଶ୍ଚୟ ବଦଳିବେ ; ଆନ୍ଦୋଳନ ଶିଥିଳ ପଡ଼ିଲା । ସରକାରଙ୍କ ଉପରେ ପୂର୍ଣ୍ଣ ବିଶ୍ବାସ ଥିଲା ଉଚିତ୍ ନ୍ଯାୟ ମିଳିବ ବୋଲି । କିନ୍ତୁ ନ୍ଯାୟ ଏତେ ଉତ୍ତମ ନଥିଲା । ଏକତରଫା ପ୍ରେମର ପରିଣାମ ସ୍କୁଲ ଓ କଲେଜରେ ଏସିଡ୍‌ ମାଡ ; ଏ ଘଟଣା ବି ବୁଦ୍ଧିଜୀବି ମହଲେ ସମାଲୋଚନାର ବିଷୟବସ୍ତୁ ପାଲଟି ଗଲା । ସେଠୁ ଆହୁରି ତୀବ୍ର ରୂପ ଧାରଣ କଲା କନ୍ଯାରତ୍ନ ମାନଙ୍କ ସୁରକ୍ଷାର ଚିନ୍ତା । ପ୍ରଣୟନ ହେଲା ଆଇନ୍‌ ;ଏଥିରେ ବି ଜାତିସଂଘ ଉଦ୍‌ବେଗ ପ୍ରକାଶ ପୂର୍ବକ ଯୁବ ସମାଜକୁ ହିଁ ଦାୟୀ କଲା । ଏସିଡ୍‌ ମାଡ ପାଇଁ ଆସିଥିବା ଆଇନ୍‌ ସବୁ କ'ଣ କନ୍ଯାରତ୍ନ ମାନଙ୍କୁ ବର୍ତ୍ତାଇ ପାରିଛି ନା ଯୁବ ସମାଜକୁ ପରିବର୍ତ୍ତନ କରି ପାରିଛି ? ପରେ ପରେ ଶିଶୁ ମାଂସ ଭକ୍ଷଣ କୋକୁଆ ଭୟ ସୃଷ୍ଟି କରିଲା ; ଅବଶ୍ଯ ଆଇନ୍‌ର ଅଡୁଆ ଜାଲ ତାକୁ ଛନ୍ଦଣୀରେ ପକାଇ ଦଣ୍ଡିତ କରିଥିଲା । କିନ୍ତୁ ତା' ବୟାନ ଥିଲା ଚିନ୍ତା ଓ ମାର୍ମିକ ବିଷୟ । ତା' କହିବାନୁସାରେଣ ସେ ଭକ୍ଷଣ କରୁଥିବା ଶିଶୁ ମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ କନ୍ଯାରତ୍ନ । ଏ ଘଟଣାକୁ ନେଇ ବି ବହୁ ତର୍କ ବିତର୍କ ପରିଲକ୍ଷିତ । 

       ଏହା ପରେ ଆଉ ଏକ ଦୁଃଖଦ ଘଟଣା - ଦ୍ବିଲ୍ଲୀର ପାରା ମେଡ଼ିକାଲ ଛାତ୍ରୀ ନିର୍ଭୟା ନାମକ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବସ୍‌ରେ ଆସିବା ବେଳେ ଗଣ ଦୁଷ୍କର୍ମର ଶିକାର । ଚର୍ଚ୍ଚା ଜୋର୍‌ ଧରିଲା ଏବଂ ମେଡିକାଲ ବେଡ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ନିର୍ଭୟା ଲଜ୍ଜା ଓ ଅପମାନରେ ସଢ଼ି ଆଖି ବୁଜି ଦେଲା ଶେଷରେ । ଯେଉଁମାନେ ଏ ଘଟଣା ଘଟାଇ ଥିଲେ ସେଇମାନେ ସବୁ ଯୁବକ ଥିଲେ ; ଆଉ ସେମାନଙ୍କ ମଧ୍ୟରୁ ଜଣେ ନାଁ ବାଳକ ।  ଏ ଘଟଣାର ଆଲୋଡ଼ନ ତୀବ୍ରତାରେ ଭାରତୀୟ ଆଇନ୍‌ ବ୍ଯବସ୍ଥା ବି ନତାନନ ହୋଇ ପଡ଼ିଲା । ଆସାମୀ ମାନଙ୍କୁ ଗିରଫ କରାଗଲା ଓ କେହି ଜଣେ ଫାଶୀ ପାଇବା ସହ ନାଁ ବାଳକକୁ ପଠାଇ ଦିଆଗଲା ବାଳକ ସୁଧାର ଗୃହକୁ । ସମସ୍ତେ  ଆଶାୟୀ ଏଥର ସୁଧୁରିବ ଯୁବ ସମାଜ । ଦ୍ବିଲ୍ଲୀର ବାଗନାରେ କଢ଼ରୁ ଫୁଲ ହେବାକୁ ଯାଉଥିବା ଯୁବତୀ କଣ୍ଢେଇ , ଯାହାର ଯତ୍ନ ଦାୟିତ୍ବ ଦୁଇ ଦୁଇ ଜଣ ମାଳୀଙ୍କର । ଦୁଇ ଦୁଇ ଜଣ ମାଳୀଙ୍କଠୁଁ ସ୍ନେହ ଆଦର ପାଇ ପାଞ୍ଚ ବର୍ଷରେ ପଦାର୍ପଣ କରି କଣ୍ଢେଇ ଖୁସିରେ ଖେଳୁଥିଲା, ନାଚୁଥିଲା ଓ ବୁଲୁଥିଲା । ପରୀ ପରି ମନ ଈଚ୍ଛା କାମ କରୁଥିବା କଣ୍ଢେଇ କି ଜାଣିଥିଲା ତା' ଭାଗ୍ୟରେ ଅଲଗା କିଛି ରଚିତ ? ଦିନେ ମାଳିର ଅନୁପସ୍ଥିତରେ ଏକ ଯୁବକ ଭ୍ରମର ଯାଇ ମିଷ୍ଟ ବଚନରେ ଆପ୍ଯାୟିତ କରି କଣ୍ଢେଇକୁ ନିଜ ଆଡ଼କୁ ଆକର୍ଷିତ କଲା । କଅଁଳ କୁସୁମ କଢ଼ି କଣ୍ଢେଇ ବା ଜାଣେ କ'ଣ ? ଆକର୍ଷିତ ହୋଇ ଚାଲି ଆସିଲା ଭ୍ରମରର ସନ୍ନିକଟେ । ନିଷ୍ଠୁର ଭ୍ରମରଟି ଦଳି ମକଚି ପକାଇଲା ତାକୁ ; ଶେଷରେ ମେଡିକାଲ ଯାଏଁ ଗଲା କଣ୍ଢେଇ । ଦେଶ ଭିତରୁ ଓ ଦେଶ ବାହାରୁ ଚିକିତ୍ସକ ଆସି ଚିକିତ୍ସା କରିବା ସହ ଚବିଶି ଘଣ୍ଟିଆ ଅନୁଧ୍ୟାନରେ ରଖିବା ପରେ ଭାରତୀୟ ମେଡିକାଲର ସୂଚନା ଏ ଘଟଣା ସର୍ବବୃହତ ଘଟଣା ଅଟେ । ଏହା ପରେ ପୁନରପି ଆଶା ଜାଗ୍ରତ ଏ ଯୁବ ସମାଜ ନିଶ୍ଚୟ ଏଥର ସୁଧୁରିବ ।
ସବୁ ଆଶା ଆଶାରେ ମଳିନ , କୁନ୍ଦୁଲି ଗଣ ଦୁଷ୍କର୍ମ ପୁଣି ଥରେ ସମସ୍ତ ମନକୁ ଚହଲେଇ ଦେଲା । ଗଣ ଦୁଷ୍କର୍ମର ଶିକାର ହୋଇଥିବା କୁନ୍ଦୁଲି ପୀଡିତାଟି ଉଚିତ୍ ନ୍ଯାୟ ନ ପାଇ ଘଟଣାର ସାତ ମାସ ପରେ ଗଳାରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ଜଗତଟା ସାରା ଶୋକ ହୋଇ ଖେଳିଗଲା । ଏହା ଉପରେ ଗଣମାଧ୍ୟମ ଓ  କିଛି ଯୁବ ଗୋଷ୍ଠୀର ମତାମତ ଲୋଡ଼ିବାରୁ ଯାହା ମତ ଆସିଲା ତାହା ଚକିତ ଜନକ ଥିଲା । ମତାମତ ଥିଲା  ଏ ଘଟଣା ପାଇଁ ପାଶ୍ଚାତ୍ଯ ସଭ୍ୟତା ଦାୟୀ ;ପାଶ୍ଚାତ୍ଯ ଡ୍ରେସ୍‌ ଆଜି ଏ ଘଟଣାର ମୂଳ । ଏହା ଠିକ୍‌ ନା ଭୁଲ୍‌ ଏ ଘଟଣା ପରେ ଘଟିଥିବା ଆଉ କିଛି ଘଟଣାରୁ ବେସ୍‌ ଜଣାପଡେ  । ପରେ ପରେ ଆଉ ଜଣେ ରାଷ୍ଟ୍ରପତି ପୁରସ୍କାର  (ଗୋଲ୍ଡ ମେଡାଲ) ପାଇଁ ଯାଉଥିବା ବେଳେ ଜଣେ ଯୁବତୀର ଭଣ୍ଡ ଚିନ୍ତାଧାରାର କିଛି ଯୁବକ ମାନଙ୍କ ଦ୍ବାରା ଗଣ ଦୁଷ୍କର୍ମ ଆହୁରି ତତାଇଲା ସମସ୍ତଙ୍କୁ । ସେ ଜଣେ ମେଧାବୀ ଛାତ୍ରୀ । ତାଙ୍କର ଯେଉଁ ସବୁ ଫଟୋ ସୋସିଆଲ ମିଡିଆ ରୁ ପ୍ରାରମ୍ଭ ଈଲେକ୍‌ଟ୍ରୋନିକ୍‌ ମିଡ଼ିଆ ଯାଏଁ ଦେଖିବାକୁ ମିଳେ କୋଉଠି ବି ପାଶ୍ଚାତ୍ଯ ସଭ୍ୟତାର ଛିଟା ନାହିଁ । ଏଠି ପ୍ରଶ୍ନବାଚୀ ପୂର୍ବ ପ୍ରକାଶିତ ମତାମତ କେତେଦୂର ଠିକ୍‌? ଆପଣମାନେ ବିଚାରନ୍ତୁ ତ ଏହା । ଇତି ମଧ୍ୟରେ ଦୁଇରୁ ଦଶ ବର୍ଷ ଯାଏଁ ଅନେକ ରତ୍ନ ଗଣ ଦୁଷ୍କର୍ମର ଶିକାର  । ଏବେ ବି କନ୍ଯାରତ୍ନ ଅସୁରକ୍ଷିତ । ଉଦ୍ଭଟ ଚିନ୍ତାଧାରାର ଯୁବକ ମାନଙ୍କ ଉନ୍ମୁକ୍ତ କାଣ୍ଡରେ ଗୋଟାଏ ପରେ ଗୋଟାଏ ନିଶ୍ଚିହ୍ନ  ।  ବୁଦ୍ଧିଜୀବିମାନେ ବିଚାରନ୍ତୁ ତ ଯଦି ଯୁବ ସମାଜର ପରିବର୍ତ୍ତନ ଘଟିଥା'ନ୍ତା ତେବେ ଗୁଜୁରାଟ ପରି ଏକ ଅଗ୍ରଣୀ ରାଜ୍ଯରେ ଚୌଦ ମାସର ଏକ ଶିଶୁ କନ୍ଯାରତ୍ନ ହୋଇ ନ ଥାଆନ୍ତା ଗଣ ଦୁଷ୍କର୍ମର ଶିକାର । ଏବେ ପ୍ରଶ୍ନବାଚୀ ଯେ ଦ୍ବିଲ୍ଲୀର ସେ ଛଅ  ବର୍ଷର ରତ୍ନ ହେଉ କି ଗୁଜୁରାଟର ସେ ଚୌଦ ମାସର ରତ୍ନ ; ଏମାନେ ପାଶ୍ଚାତ୍ଯ ସଭ୍ୟତାକୁ ତ ଆପଣେଇ ନ ଥିଲେ । ଏମାନେ କ'ଣ ପାଇଁ ଗଣ ଦୁଷ୍କର୍ମର ଶିକାର ହେଲେ ? ଏବେ ଆମର ଓ ବୁଦ୍ଧିଜୀବିଙ୍କର ବିଚାରର ସମୟ ଆଗତ । ଏବେ ସରକାରଙ୍କୁ ପ୍ରଶନ ଏଭଳି ଘଟଣା ଦୁର୍ଘଟଣା ପରେ କଠୋର ଆଇନ୍‌ କରାଯାଉନି କାହିଁକି ? ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଉନି କାହିଁକି  ? ଯୁବ ସମାଜର ଏଭଳି ଅମାନୁଷିକ କାର୍ଯ୍ଯ ଉପରେ ଅଙ୍କୁଶ ଲଗା ଯାଉନି କାହିଁକି ? କେବେ ବଦଳିବେ ଯୁବ ସମାଜ ? ସରକାର ସବୁକିଛି କରିଦେଲେ ହେବନି, ଯୁବ ସମାଜର ସଚେତନ ହେବା ଉଚିତ୍‌ । ସ୍ବାଧୀନତା ଦିବସ , ସାଧାରଣତନ୍ତ୍ର ଦିବସାଦିରେ ଲମ୍ବା ଭାଷଣ ମାରୁଥିବା ଲୋକ ଯାହା କହେ ତାହାର ଓଲଟା କରେ । ସେଇଦିନ ଆମେ ସ୍ବାଧୀନ ଜାଣିବା ଯୋଉଦିନ ଜଣେ ନାରୀ ବା କନ୍ଯାରତ୍ନ ରାତି ଅଧରେ ରାସ୍ତାରେ ବିଚରଣ କରି ପାରିବ ନିର୍ଭୟରେ । 

     ଜଣେ ନାରୀ ଜନନୀ, ଜାୟା ଭଗିନୀ ହୋଇପାରେ ; କନ୍ଯାରତ୍ନ ସୁରକ୍ଷାର ଚିନ୍ତା କଲେ ତାକୁ ଝିଅ ବା ଭଗିନୀ ରୂପରେ ଦେଖି ପାରିଲେ ଆମର ରତ୍ନ ସୁରକ୍ଷିତ ରହି ପାରିବ ।
ଜୟ ସାହିତ୍ୟ, ଜୟ ସମାଜ

3 comments:

  1. Satare Jub samaj ek amada rastare chaluchhi.
    Aapanank lekha jadi Tikie bi prabhab Palau paranta, bhahut bhal huanta , e Bhalo post paain dhanyavad

    ReplyDelete
    Replies
    1. ଆପଣଙ୍କ ଏଇ ସୁନ୍ଦର ମତା ମତ ଟି ନିଶ୍ଚିତ ଅନ୍ୟ ମାନଙ୍କ ଉପରେ ପ୍ରଭାବ ପକେଇବ ବୋଲି ମୁଁ ଭାବୁଛି।
      ତେଣୁକାରୀ ମୋ ତରଫ ରୁ ଓ ଉଦୟଭାନୁ ପରିବାର ତରଫ ରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

      Delete
  2. ଧନ୍ୟବାଦ ଆଲୋକ, ଲେଖା ଜାରି ରହୁ।🎂🎂🎂🎂

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।