ସତ୍ୟଜିତ ସ୍ୱାଇଁ
ମୁଁ' ଗୋଟିଏ ପାର୍କ | ସହରର ଗୋଟିଏ କୋଣରେ
ମୋର ସ୍ଥାନ | ଆକାରରେ ବେଶୀ ବଡ଼ କି ଛୋଟ ନୁହେଁ | କାହିଁ କେତେ ବର୍ଷ ହେଲାଣି ଛିଡା ହେଇଛି ସେଇ ସ୍ଥାନରେ | ସହରକୁ ସମୟର ତାଳେ ତାଳେ ବଦଳିବାର ଦେଖିଛି |
ମୋର ସ୍ଥାନ | ଆକାରରେ ବେଶୀ ବଡ଼ କି ଛୋଟ ନୁହେଁ | କାହିଁ କେତେ ବର୍ଷ ହେଲାଣି ଛିଡା ହେଇଛି ସେଇ ସ୍ଥାନରେ | ସହରକୁ ସମୟର ତାଳେ ତାଳେ ବଦଳିବାର ଦେଖିଛି |
ସକାଳୁ ଲୋକ ଆସି ଭିଡ଼ ଜମାନ୍ତି ନିଜ ଜୀବନରୁ କିଛି ସମୟ କାଢ଼ି | ମୋ ପାଖକୁ ଆସିଲେ କୁଆଡେ ତାଙ୍କ ମନ ଆନନ୍ଦିତ ଆଉ ହାଲକା ହେଇଯାଏ | ଦେହ ସାରା ମାଳି ସୁନ୍ଦର ସୁନ୍ଦର ଫୁଲ ଗଛ ଲଗେଇଛି ଆଉ ସଜେଇଛି | ସେଥିପାଇଁ ଲୋକମାନେ ମତେ ଟିକେ ବେଶି ଭଲପାଆନ୍ତି | ସକାଳେ ସନ୍ଧ୍ୟାରେ ଆସି ଟିକେ ବସିଗଲେ ମନ ତାଙ୍କର ଶାନ୍ତ ହେଇଯାଏ | ଅନେକ ଲୋକଙ୍କ ଅନେକ ଉଦ୍ଦେଶ୍ୟ | କିଏ ମତେ ବୁଢ଼ା ବେଳର ସାହାରା କରିଛି ଆଉ କିଏ ନୂଆ ବନ୍ଧନ ଗଢିବାର ସାହାରା |ମୁଁ ବି ସକାଳୁ ରାତି ଯାଏ ସମସ୍ତ ପ୍ରକାର ସହଯୋଗ ଯୋଗେଇଦିଏ | କେବେ କାହାକୁ କିଛି ଆକଟ କରିନି | ଦିନ ସାରା ଭିଡ଼ ଜମିଲା ପରେ ରାତିରେ ଯିଏ ଯାହା ବାଟରେ ଚାଲିଯାଆନ୍ତି ଆଉ ଶୂନଶାନ ରାତିରେ ଏକୁଟିଆ ସେଇଠି ଅପେକ୍ଷାରେ ରାତିକୁ କାଟିଦିଏ ଆଉ ନିର୍ବିକାର ହୋଇ ମୁଁ ଅନେଇ ରହିଥାଏ ପୁଣି ନୂଆ ଦିନ ଆଉ ସୂର୍ଯ୍ୟର ଆସିବା ବାଟକୁ........
ଅଡ଼ଶପୁର, କଟକ
ଜୟ ସାହିତ୍ୟ, ଜୟ ସମାଜ
ବହୁତ୍ ବଢିଆ ଲେଖା ଭାଇ ଆଗେଇ ଚାଲ
ReplyDeleteଅତି ସୁନ୍ଦର
ReplyDelete_ମିତ୍ରଭାନୁ