2/03/2019

ଦରଫୁଟା କଢି଼

ପୁଷ୍ପଲତା ମହାପାତ୍ର
କଢେଇ ଆସୁଥିବା                                                  ଫୁଲ ଗଛଟି ଆଜି କାନ୍ଦୁଛି ..
ଅକୁହା ବେଦନାଟିଏ 
ତା' ଭିତରେ ରହି କଲିଜା କୋରୁଛି ..!
କଞ୍ଚା କଅଁଳ ମାଂସରୁ ନିଗିଡି ପଡୁଛି
ଥୋପି ଥୋପି କୋହ..!
ସିଏ କାହାକୁ କ'ଣ ବା କହିବ କୁହ.. ??
ଜୀବନରେ ପ୍ରେମ କଣ  ?
ଜାଣିବା ଆଗରୁ ତା' ଚାରିପଟେ
ଚରାବୁଲା ପଶୁଙ୍କର ହାଇଁ ପାଇଁ ଭୋକ ।

ମାଂସ ଲୋଭୀ ଭୋକିଲା କୁକୁର,
ଲୁଟି ନେଉଛି ତା'ର କୁମାରୀତ୍ଵକୁ..!
ଅସୁମାରୀ ସ୍ଵପ୍ନ ଦେଖୁଥିବା
 ଦରଫୁଟା କଢି ତା' କୁନି ବୟସରେ ....
ସାଗୁଆ ଓଢ଼ଣା ସାଜିଥା'ନ୍ତା 
ରୂପବତୀ ରାଣୀ ଦିନେ .....
ଏ ଦୁନିଆ ରୂପ ରାଇଜରେ 
ଖେଳିଥା'ନ୍ତା ମନ ଡାଳେ...
ଆଶା ଆଉ ଆନନ୍ଦର ପେନ୍ଥି ପେନ୍ଥି 
ଫୁଲ ଓଠରେ ହସଫୁଟାଇ ସେ ...                                    
ସ୍ବାଗତ କରିବ ନବ ସକାଳକୁ
ମହକିତ ମୂହୁର୍ତ୍ତରେ....
କେଉଁ ଏକ ଚଇତି ସକାଳେ ..!!
କିନ୍ତୁ ସିଏ  !
ବର୍ତ୍ତମାନ ଥୁଣ୍ଟା ଗଛଟିଏ ..!
ତା'ର କୁମାରୀତ୍ଵ ଆଜି ଲୋଟୁଛି ଧୂଳିରେ, 
ଭଙ୍ଗା ଦେହ ଫିକା ମନ ନେଇ
ବଞ୍ଚି ରହିଛି ସେ ଅସରନ୍ତି ଦୁଃଖରେ
ଆଉ ଦୁଃଖରେ ......!
କଳାପଥର
ଜୟ ସାହିତ୍ୟ, ଜୟ ସମାଜ

1 comment:

  1. Bartamaan aamayara Ek jwalanta samajika samasta. Chamatkar lekhichaanti Puspalata madam.

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।