2/03/2019

ପାଶ୍ଚାତ୍ୟ ପରମ୍ପରା ହିନ୍ଦୁ ପୂଜକ:ଇଂରାଜୀ ନବବର୍ଷ

                                   ବୈଜୟନ୍ତୀ ସାହୁ
                               ଶାସ୍ତ୍ରପୁରାଣ ଅନୁଯାୟୀ ଶୂନ୍ୟଶୂନ୍ୟ ମହାଶୂନ୍ୟ ମଧ୍ୟରେ ଜ୍ୟୋର୍ତିବିନ୍ଦୁର ପ୍ରକାଶ ହୋଇ ପ୍ରକୃତି ଓ ପୁରୁଷ ସଂଯୋଗରେ ଜଳାର୍ଣ୍ଣବ ପୃଥିବୀ ସୃଷ୍ଟି ହେଲା । ପୌରାଣିକର ଏହି ମତ ସହିତ ବିଜ୍ଞାନ ସମ୍ମତ ମତର ସମାନତା ରହିଛି । ବୈଜ୍ଞାନିକ ତଥ୍ଯ ଅନୁସାରେ ବିଶ୍ୱବ୍ରହ୍ମାଣ୍ଡ ଗ୍ୟାସିୟ ଅବସ୍ଥାରୁ ନକ୍ଷତ୍ର ବା ଜ୍ୟୋତିପୁଞ୍ଜର ସଂଘର୍ଷରେ ଖଣ୍ଡବିଖଣ୍ଡିତ ହୋଇ ସୌରଜଗତ, ଗ୍ରହ, ଉପଗ୍ରହ ସୃଷ୍ଟି ହେଲେ । କାଳକ୍ରମେ ଶୀତଳୀକରଣ ଅବସ୍ଥାରୁ ସ୍ଥଳଭାଗ ସୃଷ୍ଟି ହେଲା । ଶୈବାଳ,ଜଳଜ ଉଦ୍ଭିଦ , ଜୀବ ମାନଙ୍କରୁ ସୃଷ୍ଟି ହୋଇ ଉଭୟଚର ଜୀବ ଓ ପରବର୍ତ୍ତୀ  ସମୟରେ ଜଙ୍ଗଲ ଓ ପଶୁ ମାନଙ୍କ ସହିତ ମନୁଷ୍ୟର ପୂର୍ବ ଅବସ୍ଥା ନୃବାନର ଆସିଲା । ସମୟ କ୍ରମେ ଅନାର୍ଯ୍ୟ,ଯାଯାବର ଜୀବନରୁ ସାମାଜିକ ଜୀବନର ଅଭିବୃଦ୍ଧି ଘଟି ସଭ୍ୟତା ସୃଷ୍ଟି ହେଲା । ଏହା ପରେ ଶାରୀରିକ, ମାନସିକ ଓ ଚାରିତ୍ରିକ ଗୁଣର ବିକାଶ ଘଟି ମନିଷ ଆର୍ଯ୍ୟ ଶ୍ରେଷ୍ଠତ୍ୱ ପ୍ରାପ୍ତି କଲା । ପୁରାଣର ଦଶାବତାର,କ୍ରମବିଜ୍ଞାନ ଜୀବଜଗତ ସଷ୍ଟିଚକ୍ର ସହିତ ମେଳ ଖାଏ । ସୃଷ୍ଟିର ଆରମ୍ଭ ପ୍ରମଥ ଦିବସକୁ ବିଜ୍ଞାନ ପ୍ରମାଣିତ ବୋଲି ସିଦ୍ଧି କରିବାକୁ ପଡିବ । ବିଷ୍ଣୁଙ୍କ ନାଭି ପଦ୍ମରୁ ଜାତ ବ୍ରହ୍ମା ନିରାକାର ବ୍ରହ୍ମଙ୍କ ଏକତ୍ରିତ ଶକ୍ତିର ବିଭାଜନ କରି ଏ ବ୍ରହ୍ମାଣ୍ଡ ଓ ସଚରାଚର ଜୀବଜଗତ ସର୍ଜନା କଲେ । ଏହା ଥିଲା ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ପ୍ରଥମ ସୂର୍ଯ୍ୟ ଉଦୟ ସମୟ “ଚୈତ୍ରମାସି ଜଗଦ୍ବବ୍ରହ୍ମ ସମର୍ଜନେ ପ୍ରଥମେ ହଽନି,ଶୁକ୍ଳପକ୍ଷେ ସମଗ୍ରଂତୁ ତଥା ସୂର୍ଯ୍ଯୋଦୟେ ସତି, ପ୍ରବତୟାମାସ ତଦାକାଳସ୍ୟ ଗଣନାମମି, ଗ୍ରହାନ୍,ରତୁନ୍,ମାସନ୍,ବସରାନ୍,ବସରାଧିପାନ୍ ।” ଭାରତୀୟ ସନାତନ ହିନ୍ଦୁ କାଳ ଗଣନା ସର୍ବପ୍ରାଚୀନ । ସତ୍ୟଯୁଗ,ତ୍ରେତୟାଯୁଗ,ଦ୍ୱାପରଯୁଗ, ବର୍ତ୍ତମାନ କଳିଯୁଗ ପ୍ରଚଳିତ । ଖ୍ରୀଷ୍ଟାଦ୍ଧ ବର୍ଷ ଗଣନାର ଲକ୍ଷାଧିକ ବର୍ଷ ପୂର୍ବରୁ ଶାସ୍ତ୍ର ସମ୍ମତ ବିଜ୍ଞାନ ପ୍ରାମାଣିକ ଓ ପ୍ରାକୃତିକ ପରିବର୍ତ୍ତନର ପ୍ରତ୍ୟକ୍ଷ ଉଦାହରଣ ସହିତ ଭାରତୀୟ କଳିତାଦ୍ଦ ବା ଯୁଗାଦ୍ଦ ବର୍ଷଗଣନା କାର୍ଯ୍ୟକାରି ହେଉଥିଲା । ବୈଜ୍ଞାନିକ, ପ୍ରାକୃତିକ, ଏବଂ ସାମାଜିକ ଦୃଷ୍ଟି କୋଣରୁ ବିଚାର କଲେ । ଭାରତୀୟ ନବବର୍ଷର ପଶ୍ଚାତ ଭାଗରେ ପ୍ରମାଣିକତା ଅଛି । ପ୍ରକୃତିର ନୂତନତ୍ୱକୁ ନେଇ ବସନ୍ତ ଋତୁର ଆଗମନ ପୃଥିବୀକୁ ରୁପବତୀ ଓ ପରିବର୍ତ୍ତନଶୀଳା ପୂର୍ଣ୍ଣରୂପ ସୈାନ୍ଦର୍ଯ୍ୟର ଅଧିକାରିଣୀ କରିଥାଏ । ଫୁଲ-ଫଳର ପରିପୂର୍ଣ୍ଣତା, ମୃଦୁ ମଳୟର ମାଦକତା, କୋଇଲିର କୁହୁ ତାନ, ବିଭିନ୍ନ ସୁଗନ୍ଧରେ ସୁସଜ୍ଜିତା ପ୍ରକୃତିରାଣୀ ନୂଆବର୍ଷକୁ ସ୍ବାଗତ କରିଥାଏ । ଶସ୍ୟ ଉତ୍ପାଦନ ଓ ବାଣିଜ୍ୟ ବ୍ୟବସାୟର ଆରମ୍ଭ ଏବଂ  ଶେଷ ଅବସ୍ଥାର ହିସାବ, ସମୀକ୍ଷା ଏହି ସମୟରେ ବିଭିନ୍ନ ସଂସ୍ଥା ମାନଙ୍କରେ ହୋଇଥାଏ । ଏବେ ବି ଭାରତୀୟ ସରକାରଙ୍କ ଆର୍ଥିକ ବର୍ଷର ହିସାବ ଏହି ସମୟରେ ବି ପ୍ରଚଳିତ ଅଛି । ବର୍ଷର  ଶ୍ରେଷ୍ଠ ସମୟରେ ଉତ୍ସବ, ଅନୁଷ୍ଠାନର ଆୟୋଜନ, ବର୍ଷଗଣନା, ପଞ୍ଜିକା, ଶୁଭ କାର୍ଯ୍ୟ ଏହି ଦିବସରେ ହୁଏ । ଭାରତୀୟ କାଳ ଗଣନା ଏହି ତିଥିରୁ ହିଁ ହୋଇଥାଏ । କାଳଚକ୍ରରେ ପୃଥିବୀ ଘୁର୍ଣ୍ଣାୟମାନ । ସେଥିପାଇଁ ଦିନ,ମାସ,ବର୍ଷର ପରିବର୍ତ୍ତନ ସମ୍ଭବ ହେଉଛି । ଏବେ ଆମେ ସଙ୍କୁଚିତ ପୃଥିବୀରେ ବାସ କରୁଛୁ । ସମଗ୍ର ବିଶ୍ୱ ପୂର୍ବ ଭଳି ଆଉ ବହୁଦୂର ନୁହେଁ । ତଥାପି ଗବେଷଣା ଓ ବୈଜ୍ଞାନିକ ଉଦ୍ଭାବନ ବହୁ ଜଟିଳ ସମସ୍ୟାର ସଭ୍ୟତାକୁ ପ୍ରତିପାଦିତ କରିଥିଲେ ହେଁ ପ୍ରକୃତିର ବହୁ ଘଟଣା ବର୍ତ୍ତମାନ ସୁଦ୍ଧା ରହସ୍ୟାବୃତ । ଯେତେବେଳେ ଆଦିମାନବ ପ୍ରକୃତିର ରହସ୍ୟକୁ ଭେଦ କରିପାରିଲା ନାହିଁ , ସେତେବେଳେ ସେ ପ୍ରକୃତିର ଉପାସକ ବନି ଯାଇ ସୃଷ୍ଟି କଲା ପୂଜା,ପର୍ବ,ସାଂସ୍କୁତିକ ଉତ୍ସବ । ଆଜିର ନବ ସଭ୍ୟତାର ପଥର ତଳେ ଚାପି ହୋଇ ଆମର ପିଢିମାନେ ପ୍ରାଚୀନ ପରମ୍ପରା ପ୍ରତି ବିମୁଖ ହୋଇ ପଡିଛନ୍ତି । ଇଣ୍ଟର୍‌ନେଟ୍‌ ଯୁଗରେ ହାତ ମୁଠାରେ ମୋବାଇଲରେ ରହିଛି ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଘଟଣାବଳୀ । ମାତ୍ର ଏ ପରିପ୍ରେକ୍ଷେ ଆମେ କେତେଦୂର୍‌ ପରମ୍ପରା,ସଂସ୍କୁତି,ମାନବିକତା, ସାମାଜିକତା,ଧାର୍ମିକତା ମୂଲ୍ୟବୋଦ୍ଧକୁ ବଜାୟ ରଖିବାକୁ ସକ୍ଷମ ? ଐତିହ୍ୟ  ଓ ପରମ୍ପରା ନିଜର ମୌଳିକତା ଓ ପ୍ରାଚୀନତା ଭିତରେ ଭିନ୍ନ ଭିନ୍ନ ସଂସ୍କୃତି, ଭିନ୍ନ ଭିନ୍ନ ବାର୍ତ୍ତା ବହନ କରିଥାଏ ।
                          ଜୀବନଚର୍ଯ୍ୟା, ମାନବୀୟ ମୂଲ୍ୟବୋଧ, ସାଂସ୍କୃତିକ ଅବଧାରଣା ଭାରତ ଭଳି ଏକ ଭୂଖଣ୍ଡରେ ଆର୍ଯ୍ୟ, ଅନାର୍ଯ୍ୟ,ଶାକ୍ଯ, ହିନ୍ଦୁ ,ମୋଗଲ୍,ଆଫଗାନ୍,ତୁର୍କ, ଇଂରେଜ ଆଦି ବହୁ ଜାତି ଭାରତର ସାଂସ୍କୃତିକ ଗଙ୍ଗାରେ ବହୁ ଛାପ ଛାଡି ଯାଇଛନ୍ତି । ବିଶ୍ୱ ପରିବାର ପରିକଳ୍ପନା,ଐତିହ,ଧର୍ମନିରପେକ୍ଷତା,“ବସୁଧୈବ କୁଟୁମ୍ବକମ୍”ର ଉଦାର ମନ୍ତ୍ର ଭାରତୀୟକୁ କରିଛି ମହିମାନ୍ୱିତ । ସଂକୁଚିତ ପୃଥିବୀରେ ବାସ କରୁଥିବା ଜଗତିକରଣ ପୃଥିବୀରେ ଏକ ପରିବାର ମନୁଷ୍ୟ  ବିଭିନ୍ନତା ସତ୍ୱେ ନିଜ ନିଜ ଶୈଳିରେ ବଞ୍ଚେ । ସବୁକିଛି ସୂର୍ଯ୍ୟ ଚନ୍ଦ୍ର ଉଇଁବା, ବୁଡିବା ପରି ଗତାନୁଗତିକ । ଏମିତି ଦିନଟିଏ ନାହିଁ-ଯେଉଁଦିନ କାହାର ଜନ୍ମ କି ମରଣଟିଏ ନାହିଁ । ଏଣୁ ନୂଆବର୍ଷ କ’ ଣ ଯେ ? କେହି ଆର୍ନ୍ତଜାତିକ ସ୍ତରକୁ ବିଚାର କରିପାରନ୍ତି । ଏହା ଯୀଶୁଖ୍ରୀଷ୍ଟ୍ରଙ୍କର ଜନ୍ମ ଦିବସଠାରୁ ଆରମ୍ଭ ହେଉଥିବା ପରବର୍ତ୍ତୀ ବର୍ଷ । ସୂର୍ଯ୍ୟ ଗଣନା ଅନୁସାରେ ନୂଆ ବର୍ଷର ଆରମ୍ଭ ହେଉଛି ମହାବିଷୁବ ବା ପଣା ସଂକ୍ରାନ୍ତି । ରାଶୀଚକ୍ର ଅନୁସାରେ ମାର୍ଗଶୀର ଆଦ୍ୟ ଦିବସ ହେଉଛି ନୂଆବର୍ଷ । ପୃଥିବୀର ସୃଷ୍ଟି ଚୈତ୍ର ଶୁକ୍ଳ ପ୍ରତିପଦା ଆଦ୍ୟ ଦିବସ  । 
                     ଏହା ବି ବର୍ଷର ଆରମ୍ଭ ନୂଆବର୍ଷ । ମନୁଷ୍ୟର ପାଶ୍ଚାତ୍ୟକରଣ ପ୍ରତି ଗଭୀର ଅନୁରାଗ ସମର୍ପଣ ଭାବ ଫଳରେ ଏହା ସତେ ଯେପରି କେଉଁଠି ହଜି ଗଲେଣି  । ଓଡିଆ ଭାଷା ପ୍ରତି ଯେପରି ନୂତନ ପିଢିର ଅନାଗ୍ରହତା ସୃଷ୍ଟି ହୋଇଛି, ଆଉ ଇଂରେଜୀ ଭାଷା ପ୍ରତି ଆଗ୍ରହ ବୃଦ୍ଧି ହେଉଛି, ଠିକ୍ ସେହିଭଳି ଇଂରେଜ ନବବର୍ଷର ଆଗ୍ରହ ଆଦର ସମସ୍ତଙ୍କର ମନ ଓ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଇଂରେଜ ନୂଆବର୍ଷଟିକୁ ପାଳନ କରିବା ପାଇଁ ହିନ୍ଦୁଜାତି ଉତ୍ସୁକତା ସହିତ ଅନେଇ ବସିଥାଏ । କ୍ୟାଲେଣ୍ଡର ବର୍ଷଟିଏ ଆମ ଆଗରେ ପହଞ୍ଚି ଗଲେ ଆମ ମନରେ କିଛି ନୂଆ ଆଶା ସଞ୍ଚରି ଉଠେ । ଆଉ ଆମ ହିସାବରେ ଛୁଆଟିଏ ବଡ ହେବାର ବୟସରେ ଆଉ ଗୋଟିଏ ବର୍ଷ ଯୋଡା ହୁଏ । ବୟସ୍କଙ୍କ ବୟସରୁ ଗୋଟିଏ ବର୍ଷ କମିଯାଏ । ଏଠାରେ ତିଥି,ବାର,ପୂର୍ଣ୍ଣମୀ,ଅମାବାସ୍ୟା,ସଂକ୍ରନ୍ତି ସମସ୍ତେ ପଛରେ ରୁହନ୍ତି । ଏହି ଇଂରେଜ ନୂଆ ବର୍ଷ ଡିସେମ୍ବର ମାସ ୩୧ତାରିଖ ବର୍ଷର ଶେଷଦିନ, ଜାନୁଆରୀ ୧ତାରିଖକୁ ନୂଆବର୍ଷ ରୂପେ ସ୍ବାଗତ କରିବାା ପାଇଁ ବିଦାୟ ବର୍ଷକୁ ପଛକୁ ପକେଇ ଦେଇ ନୂଆବର୍ଷକୁ ଧୁମ୍‌ଧାମ୍‌ରେ ବାଣ,ରୋଷଣୀ,ନାଚ-ଗୀତ, ଆମଦପ୍ରମୋଦ, ଇତ୍ୟାଦିରେ କଟାଇ ଥାଉ । କିଏ ବାହାରକୁ ଯାଇ ପରିବାର ସହିତ ବୁଲେ, କିଏ ଘର ସଜାଏ, କିଏ ନୂଆ ଗାଡି କିଣେ, ନୂଆ ଘର, ନୂଆ ପେଷାକ, ବ୍ୟବସାୟରେ ନୂଆ ଖାତା, ଛୋଟପିଲାଙ୍କର ନୂଆଖେଳ ସାମଗ୍ରି, ଅଳଙ୍କାର କିଣା ଏମିତି ଅନେକ କିଛି ଯୋଜନା ପ୍ରସ୍ତୁତି କରି ପାଳନ୍ତି । ଇଂରେଜମାନେ ଛାଡି ଯାଇଥିବା ଛାପକୁ ଉଜଳ  କରି ଉନ୍ମାଦପରି ପୂଜା କରନ୍ତି ଭାରତର ହିନ୍ଦୁ ପୂଜକ ମାନେ  ।  
                              କବି ଲେଖକଙ୍କର ରମ୍ୟ ରଚନା, ଚାଷିମୁଲିଆଙ୍କ ପାଇଁ ସରକାରଙ୍କର ନୂଆ ଯୋଜନାର ଉପହାର କିଛି ଆଗକୁ କରିବାକୁ ଆହ୍ୱାନ ଯୋଗାଉଛି । ଜଗତିକରଣ ଫଳରେ- ଆମେ ଜଦି ତତ୍ପର ନ ହେବା ତେବେ ପଛରେ ପଡିଜିବା । ଲୋକମାନଙ୍କର ମାନସିକତାରେ, କର୍ମକୁଷଳତାରେ, ଚାଲିଚଳନରେ ବ୍ୟାପକ ପରିବର୍ତନ ଦେଖାଦେଇଛି । ଶିକ୍ଷା ଦିକ୍ଷା ସହିତ ସାମାଜିକ ସଂସ୍କାର ସମ୍ପୁର୍ଣ୍ଣ ଭାବେ ଓଲଟ ପାଲଟ ହୋଇଯାଉଛି । ଭାରତରେ ହିନ୍ଦୁ ସଭ୍ୟତା,ସଂସ୍କୁତି,ଚଳନିକୁ ନେଇ ଆମେ ଯେତିକି ଗର୍ବକରୁ, ବିଦେଶି ପାଶ୍ଚାତ୍ୟ ସଂସ୍କୁତି ଆମଚଳନିକୁ ଦେଖି ତା ଠାରୁ ଅଧିକ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି । ବିଶେଷ କରି ହିନ୍ଦୁ ଧର୍ମରେ ବର୍ଣ୍ଣିତ ବିଷୟ,ବସ୍ତୁ,ପୂଜାନୀତି,ପର୍ବପର୍ବାଣି, ଖାଦ୍ୟ, ବାସ, ବସ୍ତ୍ର, ଆମର ପୂର୍ବ ନିର୍ଦ୍ଧାରିତ । 

ଏହା ସତ୍ୱେ ଇଂରେଜ ନୂଆବର୍ଷଟିକୁ ବି ପାଳିବାର ଯଥାର୍ଥତା ଅଛି ଏହା ସାମଗ୍ରିକ ଭାବେ ପରସ୍ପର ଓ ସମୁହର ସୁଭମନାସିବାର ଏକ ମୁହୁର୍ତ ଶାନ୍ତିପାଇଁ ହାତପ୍ରସାରଣ କରିବାର ଏକ ଅବସର ।
ଶିକ୍ଷୟତ୍ରୀ-ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,
ପିପିଲି,ପୁରୀ 
ଫୋନ- ୯୪୩୮୨୨୧୫୯୦ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।