ଆଦିମ ମଣିଷରୁ ଆଧୁନିକ ଏକ ବିରାଟ ଲମ୍ଫ ମନୁଷ୍ୟ ଇତିହାସରେ। ଆମ ପୂର୍ବପୁରୁଷ ମାନେ ଗୁମ୍ଫାରେ ବାସ କରୁଥିଲେ। ବଣରେ ପଶୁ ପରି ଜୀବନଯାପନ କରୁଥିଲେ l ତା' ପର ସମୟରେ ସେମାନେ ଗଛର ଛlଲି,ଗଛର ପତ୍ରକୁ ପୋଷlକ ରୂପେ ବ୍ୟବହାର କଲେ। ସେମାନଙ୍କୁ ଆଦି ମାନବ କୁହାଗଲା।ତା' ପରେ ସେମାନେ ନିଆଁର ବ୍ୟବହାର ଜାଣିଲେ । ତା' ଦ୍ଵlରା ଖାଦ୍ୟ ପୋଡିବା ସହ ବାଘ ଆଦି ପଶୁ ମାନଙ୍କୁ ଭୟଭୀତ କରିପାରିଲେ। ନିଜର ଆବଶ୍ୟକତା ପୂର୍ଣ୍ଣ କରିବାକୁଯାଇ ଧିରେଧିରେ ନୂଆ ନୂଆ ଜିନିଷର ଆବିଷ୍କାର କଲେ l ତେଣୁ କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ ।
ଆଦିମ ମଣିଷ ନିଜର ଚାହିଦା ପୂରା କରିବାକୁ ଆବିଷ୍କାର କରୁଥିଲl l ବର୍ତ୍ତମାନର ମଣିଷ ନିଜ ସୁଖ ସୁବିଧା ପାଇଁ ପରିବେଶ ସହିତ ବହୁ ପରୀକ୍ଷା ନିରୀକ୍ଷା କରିଚାଲି ପ୍ରଗତି ନାଁ ରେ ଗଛ କାଟି କଳକାରଖାନା ବସେଇ ଚାଲିଛି । ଏହା ଦ୍ବାରା ଆର୍ଥିକ ପ୍ରଗତି ହେଉଛି ସତ ଏଥିରୁ ନିର୍ଗତ ବିଷାକ୍ତ ଗ୍ୟାସ ,ପ୍ରଦୂଷିତ ଜଳ ସାରା ପରିବେଶ କୁ ଦୂଷିତ କରି ଚlଲିଛି l ସହରୀ ସଭ୍ୟତା ନାଁରେ ବଣ ଜଙ୍ଗଲ କାଟି ବଡ଼ ବଡ଼ କୋଠା କରି ଚାଲିଛୁ । ଆମ ଘରେ ବ୍ୟବହାର ହେଉଥିବା ଟିଭି ,ଫ୍ରଜ ,ଏ.ସିରୁ ନିର୍ଗତ ଗ୍ୟାସ ମଧ୍ୟ ପରିବେଶକୁ ପ୍ରଦୂଷଣର ମାଧ୍ୟମ ହେଉଛି । ପରିବେଶ ଅସନ୍ତୁଳ ପାଇଁ ବନ୍ୟା ,ବ୍ୟାତ୍ୟା ଆଦି ଦୁର୍ବିପାକ ଲାଗି ରହିଛି। ସେଇ ସବୁ କାରଣରୁ ହିମାଳୟ ମଧ୍ୟ ଆସ୍ତେ ଆସ୍ତେ ତରଳିବାକୁ ଲାଗିଛି। ହିମାଳୟ ଟଳି ଗଲେ ଆନୁମାନିକ ୧୩୦ କୋଟି ଲୋକଙ୍କ କ୍ଷୟକ୍ଷତି ହେବ।
ଏଥିପାଇଁ ଜଳବାୟୁ ପରିବର୍ତ୍ତନର ସମ୍ମିଳନୀ ମଧ୍ୟ ହୁଏ । ଏଥିରେ ଭାରତର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ।
ଯଦି ବିକଶିତ ଓ ବିକାଶଶୀଳ ଦେଶ ନିଜ ନିଜ ସଂକୀର୍ଣ୍ଣ ସ୍ୱାର୍ଥକୁ ଭୁଲିଯାଇ ଅଙ୍ଗାରକାମ୍ଳ ଗ୍ୟାସ କମ୍ କରିବାରେ ସହlୟତl କଲେ ଆମ ଗ୍ରହ ଆଡ଼କୁ ମାଡି ଆସୁଥିବା ବିପଦ ତା' ମୋଡ଼ ବଦଳେଇବ।ଆସନ୍ତୁ ଆଜି ସମସ୍ତେ ମିଶି ଶପଥ ନେବା ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗେଇବା, ବିଦ୍ୟୁତ ଉପକରଣ ବ୍ୟବହାର କମେଇବା ,ପେଟ୍ରୋଲ, ଡିଜେଲ ଆଦି ଗାଡିର ବ୍ୟବହାର କମେଇବା ଏମିତି ଛୋଟ ଛୋଟ ପଦକ୍ଷେପ ଦ୍ୱାରା ଆମ ପ୍ରଦୂଷଣ ହାର କମିବ । ଆଜି ସମଗ୍ର ମାନବ ସମାଜ ହାତ ମିଶେଇବାର ବେଳ ଆସିଛି।
ମୁଖ୍ୟ ସଂପାଦିକା -
ପୁଣ୍ୟତୋୟା ଜାହ୍ନବୀ
ପୁଣ୍ୟତୋୟା ଜାହ୍ନବୀ
ପ୍ଲଟ୍ ନମ୍ବର ୮୩(ସି)
ଆମ୍ରପଲ୍ଲୀ, ଭୁବନେଶ୍ୱର-୨୧
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।