ଉର୍ମିଳା ଦେଇ
ନାହିଁ ଯାହାର ତୁଳନା,
କରି ହୁଏନା ଯାହାର ବର୍ଣ୍ଣନା ଦୁନିଆରେ ସବୁଠାରୁ ମଧୁର ହେଉଛି ଯାହାର ନାଁ ସେ ହେଉଛି ଆମ ମା' |
ଜ୍ଵର ରେ ପଡ଼ିଥିଲେ ସାରା ରାତି ଚେଇଁ ରହେ,
ଖାଇବାକୁ ଇଛା ନ ହେଲେ ନିଜ ହାତେ ଖୁଆଇଦେ ଆମ ମା ପରା ସିଏ |
ରାତି ଅଧ ଯାଏଁ ଚେଇଁ ରହିବା ପାଇଁ ତ ହଜାରେ ବାହାନା ଥାଏ,
କିନ୍ତୁ ସକାଳୁ ଗାଳି କରି ଉଠେଇବା ପାଇଁ କେବଳ ମା ହିଁ ଥାଏ |
ମା'ର ମମତା ଥାଏ ସତେ କି ଯାଦୁ କରେ କି କିମିଆ
ତା' ମମତା ଆଗେ ହାରେ ସେ ଦୁନିଆ |
ଚାଲୁ ଚାଲୁ ଯେବେ ଝୁଣ୍ଟି ପଡ଼ିଯାଏ, ମା'ବୋଲି କହିଦେଲେ ଅଧା କଷ୍ଟ ଦୁରେଇ ଯାଏ, ଆମ ମାଆ ପରା ସିଏ |
ଗାଳି କଲେ କେହି,
ଯେବେ ମନଟି ଦୁଃଖି ହୋଇଯାଏ,
ଧନ ବୋଲି କହି କୋଳରେ ବସାଇ ମୁଣ୍ଡ ଆଉଁସି ସେ ବୁଝାଇ ଦିଏ |
ଅଳି, ଅରଦଳି,ରାଗ, ରୋଷ ସବୁ ତୋ ପରି କିଏ ସହିବ,
ଏ ଦୁନିଆରେ ଏମିତି ନାହିଁ କେ ଜଣେ ଯିଏ ମା' ମମତାର ଋଣ ସୁଝିପାରିବ |
ପାଖେ ଯେବେ ଥାଏ ତାର ମୂଲ୍ୟ ବୁଝି କିବା ହୁଏ,
ପରଦେଶେ ଥିଲେ ତାକୁ ମୁଁ ବେଶୀ ଝୁରି ହୁଏ |
ବିଜୁଳି ମାରିଲେ ଯେବେ ମୁଁ ଡରିଯାଏ, ମା'ର ପଣତ ତଳେ ଯାଇ ଲୁଚି ଯାଏ |
ପରଦେଶେ ଥାଇ ଯେବେ ଅନ୍ଧାର କୁ ଦେଖି ମୁଁ ଡରିଯାଏ,
ମା କଥା ମୋର ବେଶୀ ମନେ ପଡ଼ିଯାଏ |
ମା ନୁହେଁ ଗୋଟେ ଛୋଟିଆ ଶବ୍ଦ
ମା'ର ମମତା ତ ଗୋଟିଏ ବିଶାଳ ହ୍ରଦ |
ମନ୍ତ୍ର ମୁଗ୍ଧ କରିଦିଏ ତା'ର ପ୍ରତିଟି ଉପଦେଶ,
ତା କଥାରେ ମେଣ୍ଟି ଯାଏ ମୋର ସବୁ ଶୋଷ |
ସତେ କି ଅମୃତଭରା ତା'ର ସେଇ ସ୍ନେହବୋଳା କଥା, ତା ପୟରେ ନଇଁଯାଏ ଆପେ ମୋର ମଥା |
ସା/ପୋ-ନରସିଂହପୁର,ରଣପୁର,ନୟାଗଡ ।
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।