4/13/2023

ସେଇ ପରା ଆମ ମା

ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ
(ଶିକ୍ଷୟିତ୍ରୀଓ କବୟିତ୍ରୀ)
ମମତା ପ୍ରେମର ମୃତ୍ତିଟିଏ ସିଏ                                      
    ବିପଦେ ଆପଦେ ସାହା
ସିଏ ଥିଲେ ଆମ ଶକ୍ତି ବଢିଯାଏ
   ସେଇପରା ଆମ ମାଆ ||
ସବୁଠାରୁ ମଧୁର ପୁଣି ସୁନ୍ଦର
       ଶବଦ ଟିଏ ପରା ମା
ତାହାରି କୋଳଟି କେଡେ ନିରାପଦ
     ଶାନ୍ତି ନିଦ ହୁଏ ଆହାଃ ||
ପଣତ କାନିଟି ତା କେଡେ ନିଜର
    ଭାରି ଭଲ ଲାଗେ ମୋତେ
ତାର ବଳିଦାନ ବ୍ୟାପିଯାଇଅଛି 
     ମାଟିରୁ ଆକାଶ ସତେ ||
କେତେ କଷ୍ଟ ସହି ସନ୍ତାନ ପ୍ରସବି
      ଆନନ୍ଦେ ଅଶ୍ରୁ ଝରାଏ
ପୁଣି ଝଡ଼ ସହି ବଢ଼ାଇ କୁଢ଼ାଇ
      ମଣିଷ ଟିଏ କରିଥାଏ ||
ସେ ଅଟେଇ ଆମ ପ୍ରଥମ ଶିକ୍ଷକ
      ସ୍ନେହରେ ଶିକ୍ଷାଟିଦିଏ 
 ଆମ ଚରିତ୍ରକୁ ଗଢିଥାଏ ପୁଣି
     ଭୁଲ କଲେ ମାଡ଼ ଦିଏ ||
ନିଜର ଖୁସିକୁ ପଛରେ ପକାଇ
         ଆମ ଓଠେ ଖୁସି ଦିଏ
ଅନନ୍ୟ ଅଟେ ତାର ସେ ଭଲପାଇବା
       ତା ସରି ହେବଯେ କିଏ ||
ଉପାସରେ ଯଦି ଶୋଇଗଲୁ କେଭେ
     ନିଦ ନଥାଏ ତା ଆଖିରେ 
ବୁଝାଇ ସୁଝାଇ ଲୋତକ ଝରାଇ
           ଉଦରକୁ ଭରିଦିଏ ||
   ତା ସରଳ ମନଟି ପବିତ୍ର ଗଙ୍ଗା
        କିଏ ବା ବୁଝୁଚି କୁହ
  ସପନ ଆମର ସାକାର କରଇ
       ଓଠେପିଇ କେତେ ଲୁହ||
ମାଆ ର ଜୀବନେ ଦୁଃଖ ସଦା ଲେଖା
            କିଏ ବୁଝି ପାରିନାହିଁ
ଯେତେ ଧନବାନ ହୋଇଥିଲେ ମଧ୍ୟ୍ୟ
          ଋଣ ସୁଜିପାରିନାହିଁ ||
ସଭିଙ୍କୁ ଏତିକି ନେବେଦନ ମୋର
         ଭୁଲିବ ନାହିଁଯେ ତାକୁ 
ତାରି ପାଇଁ ସିନା ଆମେ ଏତେବଡ
         ଦେଖୁଚୁଏ  ପୃଥିଵୀକୁ ||

***ବେଦପୁର,ବାଙ୍କୀ, କଟକ**

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।