ଚୈତନ୍ୟ ବାଗ୍
ଜନ୍ମ ର ଆଗରୁ ପାଳନ ତୁ କରୁ
ଗର୍ଭ ରେ ତୋହରି ସଞ୍ଚି ||
ପ୍ରସବ କାଳେ କେତେ କଷ୍ଟ ସହିଣ
ରକ୍ତ କୁ କରିଛୁ ନୀର,
ସର୍ବ ଖୁସି ମିଳେ ତୋହରି କୋଳ ରେ
ଅମୃତ ସମାନ କ୍ଷୀର ||
ମୋ ଅଳି ଅଝଟ ମୋରି ରାଗ ରୁଷା
ବୁଝିନେଉ ସବୁ ପ୍ରେମରେ
ବକ୍ଷ କୁ ତୋହର କମଳ ସଦୃଶ
କରି ଥାଉ ମୋ ପାଖରେ ||
ନିଜେ ଦୁଖେ ରହି ଆମକୁ ହସାଉ
ଲୋଡ଼ା ମତେ ତୋ ପଣତ
ପଣତ ସମୀପେ ସରି ହେବ ନାହିଁ
ସରଗର ପାରିଜାତ ||
ମୁଖରୁ ନିର୍ଗତ ପ୍ରଥମ ମୋ ଶବ୍ଦ
କରୁଥାଏ କୁଆଁ କୁଆଁ
ତୋ ପରି ବନ୍ଧୁ ଜଗତରେ ନାହିଁ
ମୁଁ ସନ୍ତାନ ତୁ ମୋ ମାଆ ||

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।