ଇତିଶ୍ରୀ ଜେନା
ତୋ କୋଳେ ଜୀବନ ଏକ ଆଶ୍ଳେଷ
ତୁ ବୋଧେ ଭାବଗ୍ରାହୀଙ୍କର ସବୁଠୁ ମିଠା ପ୍ରୟାସ
ସବୁଠୁ ନିଆରା ସବୁଠୁ ଖାସ୍ ।
ତୁ ମୋ ପ୍ରେମ, ପ୍ରତ୍ୟୟ ଆଉ ବିଶ୍ଵାସ
ତୋ ବିନା ଜୀବନଟା ଏକ ବଡ ଶୂନ୍ୟସ୍ଥାନ ।
ତୋ ସ୍ନେହବୋଳା ମୁହଁର ଅନୁପସ୍ଥିତି
ଜୀବନର ମାନଦଣ୍ଡ କୁ ଦୋହଲାଇ ଦେଲାଣି ।
ଏଠି ଉଚ୍ଚ ଅଟ୍ଟାଳିକା ଲୋକଙ୍କ ଗହଳି
ପଇସାର ପ୍ରାଯୁର୍ଜ୍ୟ ସବୁ ଅଛି
ନାହିଁ ଖାଲି ଓଠରେ ମା ଡାକର ଉଚ୍ଚାରଣ
ସତରେ ତୋ ବିନା ଜୀବନଟା ଏକ ବଡ ଶୂନ୍ୟସ୍ଥାନ ।
ତୋ କାନୀରେ ମୁହଁ ପୋଛିବାର ସୌଭାଗ୍ୟ
କେବେଠୁ ହଜି ଗଲାଣି
କେମିତି ଚାଲିଗଲୁ ଏତେ ଦୂରେ
ନା ତୋ ଠିକଣା ଅଛି
ନା ତୋ ପାଖେ ପହଞ୍ଚିବାର ସାମର୍ଥ୍ୟ ଅଛି।
ତୁ ତ ମୋ ଜଟିଳ ଜୀବନର ସାଧାସିଧା ସମାଧାନ ଥିଲୁ
ଅସ୍ତବ୍ୟସ୍ତ ଭାବନାର ସଜଡା ସମୀକରଣ ଥିଲୁ ।
ତା’ହେଲେ ଏତେ ବଡ ଶୂନ୍ୟସ୍ଥାନ କେମିତି ପୂରଣ ହେବ
ତୁ ଶିଖାଇଥିବା ମନନ, ଚିନ୍ତନ, ଧୈର୍ଯ୍ୟ
ନା ତୋ ବିନା ଜିଇଁବାର ଅଭ୍ଯାସ ....
ମାଳବିହାରପୁର, ଆଠଗଡ, କଟକ- ୭୫୪୦୨୯
ଭ୍ରା- ୯୯୩୭୧ ୫୨୨୩୨

ହୃଦୟସ୍ପର୍ଶୀ କବିତା
ReplyDelete