ସସ୍ମିତା ଭୋଇ
କଥା ତା' କୋଇଲି କୁହୁ
ସେ କେହି ନୁହେଁ
ମୋ' ବୋଉ ।
ଯେତେ ଝଡ଼,ଝଞ୍ଜା
ଯେତେ କଳି କଜିଆ
ହେଲେ ପଛେ ହେଉ ଥାଉ
ପଣତରେ ସଦା ବାନ୍ଧି ରଖିଥାଏ
ପଣତ ଗଲେ ପଛେ ଚିରି ଯାଉ
ସେ କେହି ନୁହେଁ
ମୋ' ବୋଉ ।
ଗାଳି ତା'ର ଦାଣ୍ଡ ଧୁଳି
ସ୍ନେହ ତା'ର ସ୍ୱର୍ଗ ସୁଖ
ତାକୁ ହେଉ ପଛେ ଯେତେ କଷ୍ଟ
ଆମକୁ ଦିଏନା ଦୁଃଖ ।
ଯନ୍ତ୍ରଣାରେ ଥାଇ ମଧ୍ୟ
ଦେଖି ହସି ଦିଏ ଆମକୁ
ପଡ଼ିଗଲେ ଟିକେ
ଧାଇଁ ଆସି ଯାଏ
ଗାଳି ଦେଇ ନିଜେ ନିଜକୁ ।
କିପରି କରିବି ତା'ର ମୁଁ ବନ୍ଦନା
ବୋଉ ନୁହେଁ ସେ ଲଷ୍ମୀପ୍ରତିମା
ସବୁ ଶିଶୁ ମଧ୍ୟ ଦେଖେ ତା' ଶିଶୁକୁ
ପିଲାଟେ ପାଇଁ କେତେ ପୂଜା ପାଠ କରେ
କେବେ ନିନ୍ଦେ ନିଜ ଭାଗ୍ୟକୁ ।
ଝିଅ ଜନ୍ମ ହୋଇ
କର୍ତ୍ତବ୍ୟ କରଇ
ବାପଘରେ ସେ ଦୁହିତା ବୋଲାଇ
ବିଭା ହୋଇ ପୁଣି ପର ହୋଇ ଯାଏ
ଶାଶୁ ଘରକୁ ସେ ସ୍ୱର୍ଗ ବୋଲାଏ
ସର୍ବଦା ସେ ପ୍ରତିଜ୍ଞା କରଇ
ମୃତ୍ୟୁ ପଛେ ମୋତେ ଆଲିଙ୍ଗନ କରି ନେଉ
ଦାୟିତ୍ୱରେ ଟିକିଏ ହେଳା ନ ହେଉ
ସେ କେହି ନୁହେଁ
ମୋ' ବୋଉ ।
କେବେ ସେ ଭଗିନୀ ,କେଵେ ସେ ଜନନୀ ,
ପୁଣି ସାଜେ ସେ ଧର୍ମପତ୍ନୀ
ନାହିଁ ତା ମନରେ ଛନ୍ଦ,କପଟ
ସମସ୍ତଙ୍କ ପାଇଁ ସେ ହୁଏ ଛଟପଟ
ତାକୁ ଯେତେ ଲାଞ୍ଛନା
ଦେଲେ ପଛେ ଯେ ଦେଉ
ହସି ହସି ସେ ସବୁ ସହିଯାଏ
ସେ କେହି ନୁହେଁ ମୋ' ବୋଉ ।
ଗର୍ବ ଆସେନା ମନକୁ ତାର
ସେ ପରା ବୋଉ ସମସ୍ତଙ୍କର
କେବେ ଢାଳିଦିଏ ସ୍ନେହ ପୁଷ୍ପାଞ୍ଜଳୀ
କେବେ ଶୁଆଇଦିଏ ଗୀତ ଗାଇ ଗାଇ
ଭଗବାନଙ୍କୁ ମୋର ଟିକିଏ ଅଳି
ନେଇଯାନ୍ତୁ ପଛେ ମୋର ଏ ଜୀବନ
ଅଧା ଆୟୁଷରେ
ସବୁ ଜନ୍ମେ ମୋତେ
ଜନ୍ମ ଦିଅନ୍ତୁ ମୋ ବୋଉ କୋଳରେ ।
ବାଘୁଆ,କଣ୍ଟାପଡ଼ା, କଟକ।

ଉଦୟଭାନୁ ପରିବାରବର୍ଗଙ୍କୁ ଅଜସ୍ର ଧନ୍ୟବାଦ ଜଣାଉଛି ପ୍ରଣାମ 🙏
ReplyDelete