4/13/2023

ବସନ୍ତେ ବାସନ୍ତୀ ଦୁର୍ଗା

ଦ୍ବାରିକାନାଥ ଦାଶ
ମହେଶ୍ଵରୀ ଗୋ,,,ମହେଶ୍ଵରଙ୍କ ବାମା                              
    ମାଗୁଛି କରୁଣା ମାତର ମା'ଉମା।0।
ମାୟାମୟୀ ତୁମେ  ତ୍ରିପୁର ବନ୍ଦିନୀ
       ହରଙ୍କ ଭାମିନୀ ନଗେନ୍ଦ୍ର ଜେମା-
ମାରି ମହିଷାକୁ ରଖିଲ ଦେବଙ୍କୁ
       ତୁମ ପାଶେ କିଏ ହେବ ଉପମା ।।
ମାରିଚ ଛଳରେ ରାମଙ୍କୁ ଭୁଲାଇ 
       ଲଙ୍କେଶ ସଙ୍ଗରେ ଚଳିଲ ରାମା
ମାରିଲ ରାବଣ ତୃପ୍ତ ଦେବଗଣ 
        ରାମ ଛାଡି ପୁରେ ଚଳିଲ ରମା ।।
ମାଗୁନାହିଁ ଧନ ମାଗୁଛି ଶରଣ
          ବିନାଶ ମୋର ଅଜ୍ଞାନ ଗାରିମା
ମାତ ହୈମବତୀ ଦିଅ ସଦଗତି
      ଡାକୁଛି "ଦ୍ବାରିକା'ଆଦ୍ଯ ଅନ୍ତେ ମା'।।

ଚାନ୍ଦବାଲି,ଭଦ୍ରକ।

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।