4/13/2023

ମା" ଜଣେ ଭଲ ସାଥି,ଭଲ ସାଙ୍ଗ

ଲୋକନାଥ ବେହେରା
ମା" ଜଣେ ଭଲ ସାଥି,ଭଲ ସାଙ୍ଗ                            ସେ ଧରିଛି ଆପଣା ହାତେ ଘର ର ମଙ୍ଗ ॥

ଥିଲା ସେ ଦିନେ ଦୁହିଁତା ଘରର କୁସୁମ
ଘରେ ଫୁଟାଉଥିଲା ମୂଖେ ହସ ଆମ ॥
 
ଦୁହିଁତା ଦୁଈ କୂଳକୁ ହିତା
ଦୁହିଁତା ଦୁଈ କୂଳକୁ ପିତା ॥

ଆଖିର ଲୁହକୁ ତୁଣ୍ତରେ ନିଏ
ସଂସାର ରେ ସୁଖ ଭରି ଦିଏ ॥

ଶାଶୁ ଘର କଥା କୁହେ ନା ବାପ ଘରେ
ଦୁଃଖରେ ଥିଲେ ବି ହସି ହସି କଥାବାର୍ତ୍ତା କରେ ॥

ଆଲୋକିତ କରିବା ପାଇଁ ପ୍ରତି ମୂହୁର୍ତ୍ତରେ ନିଜକୁ ଜାଳୁଥାଏ
ବିନା ସ୍ୱାର୍ଥରେ କର୍ମ କରିଚାଲେ ଦିନ ରୁ ରାତି ଯାଏ ॥

ସେ ଭାରିଜା ,ସେ ପୁଣି ମା
ପରିବାର ରେ ସମସ୍ତଙ୍କର ସେ ସାହା ॥
କଂଟାପଡା,କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।