ଶ୍ରୀକାନ୍ତ ବେହେରା
ଜଣାଇବି ଜନନୀକୁ
ହାତ ସବୁ ଦିନ ପୁଜା କରେ ମନ
ତା ଦୁଇ ଚରଣ କୁ |1
ଛୋଟ ବେଳେ କେତେ କୁନି କୁନି ପାଦେ
ଚଢିଛୁ ପିଠି ପେଟକୁ
ବଡ଼ ହେଲା ପରେ ସେହି ଦୁଇ ଗୋଡ଼େ
ମାରି କରୁ ବାହାରକୁ |2
ତଥାପିତ ମାଆ ହୋଇଥାଏ ସାହା
ଦୁଃଖ ଯଦି କେବେ ଆସେ
ବିପଦକୁ ଟାଳି ସାଜେ ମାଆ କାଳୀ
ଖିଲି ଖିଲି ହୋଉ ହସେ |3
ମାଆ କ୍ଷୀର ଖାଇ ସେନେହବି ପାଇ
ପୁଅ ହୁଏ ବଡ଼ ଲୋକ
ବୁଢ଼ୀ ହୋଇଗଲେ ପର କଥା ପାଲେ
ରଖି ଦିଏ ତାକୁ ଭୋକ |4
ଏଭଳି ସନ୍ତାନ ତା କେମିତିକା ମନ
ଏନ୍ତୁଡ଼ିରୁ ମାରିଦିଅ
ଜନ୍ମ ହୋଇ କାଇଁ ଜଗତ କୁ ଯାଇ
କହେ ମାଆ ମୋର ପ୍ରିୟ |5
ଏତିକି ଲେଖୁଛି ମନ ବୁଝେଇଛି
ସେହି ମୋ ଟିକି ଦୁନିଆ
ଲୁହ ପଛେ ଝରୁ ଲହୁବି ବାହାରୁ
ଡାକିବି ମୁଁ ମାଆ ମାଆ |6
ଡାକିବି ମୁଁ ମାଆ ମାଆ |6
ଯାଜପୁର, ବରୀଅଲିପୁର
ଭବାନୀପୁର

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।