4/13/2023

ମାଆ ମୋ ସବୁଠୁ ଭଲ

ସମ୍ପଦ କୁମାର ବେହେରା
ମାଆ ବୋଲି ଯେଉଁ ଦୁଇଟି ଅକ୍ଷର।      
      ସତେ ସଜଫୁଟା ଫୁଲ
ମାଟିଠୁ ମହାନ ଆକାଶ ଠୁ ବଡ଼
     ମମତା ଅମୂଲ ମୂଲ
      ମାଆ ମୋ ସବୁଠୁ ଭଲ
ପ୍ରଥମ ଗୁରୁ ତୁ ମୋ ଜୀବନରେ 
              ଭଲମନ୍ଦ ଜଣେଇଲୁ
ନିଜ ଦୁଃଖ ନିଜ ଅନ୍ତରରେ ରଖି
           କେତେ ସୁଖ ଦେଉଥିଲୁ।
ତୋହୃଦୟ ପ୍ରେମ ଅନନ୍ତ ଗଭୀର
             ଅନାବିଳ ତୋର ପ୍ରୀତି
ସନ୍ତାନ ପାଇଁକି ସର୍ଵସଂହା ତୁହି
              ମାଆ ନାମ ଦିବ୍ୟଶକ୍ତି।
      ଗର୍ଭରୁ ସହିଛୁ କେତେତୁ ଯନ୍ତ୍ରଣା
               ତୋ ବିନା ତୁଚ୍ଛା ସଂସାର
               ମାଆ ମୋ ସବୁଠୁ ଭଲ
ତ୍ୟାଗ, ସେବାର ଯେ ଜୀବନ୍ତପ୍ରତୀକ
                   ଜୀବନ ପ୍ରଥମ ସାଥି
ନିଜସୁଖ ଭୁଲିଯାଉ ତୁହି ମାଆ
           ସନ୍ତାନ ଖୁସି ପାଇଁକି
ତୋ ଚରଣ ସେବା କରିବା ନିମନ୍ତେ
                  ରହିଥାଉ ମୋର ମତି
ତୋର ଆଶୀର୍ବାଦ ଥିଲେ ମୋ ମଥାରେ
        ଜଗତେ ହେବି ମୁଁ ଖ୍ୟାତି।
ସଂସାର ସାଗର ପାରିହେବା ପାଇଁ
       ମନେ ଦେବୁ ମୋର ବଳ
    ମାଆ ମୋ ସବୁଠୁ ଭଲ
ଅସ୍ତରଙ୍ଗ, ପୁରୀ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।