4/13/2023

ବୋଉ

ନିକୁଞ୍ଜ କୁମାର ଘୋଷ  
ମୋ ବୋଉ ପରିକା       ଜଗତରେ ନାହିଁ                            

            ମୋ ବୋଉ ଗୁଣ ବିରଳ
ଦୁଃଖ କଷ୍ଟ ପିଇ            ସୁଖ ବାଣ୍ଟି ଦିଏ
             ଜୀବନ ଜୀଏଁ ସରଳ ।।

ଜୀବନ ରାସ୍ତାରେ       ଝଡ ଝଞ୍ଜା ସହି
          ଦୁଃଖ କଷ୍ଟ ପାଇଗଲ
ସନ୍ତାନ ସନ୍ତତି           ଲାଳନ ପାଳନେ
          ନୂତନ ଗଳ୍ପ ଲେଖିଲ ।।        

ଦୁଃଖର ଛାଇକୁ        ପିଲାଙ୍କ ଉପରେ
          ପକେଇ ନଥିଲେ କେବେ
ନିଜେ ଦୁଃଖ ପିଇ        ସୁଖ  ବାଣ୍ଟିଥିଲ
           ଜୀବନର ଶେଷ ଯାଏ ।।

ନ୍ୟାୟ ନୀତି ପଥେ        ସଦା ରହୁଥିଲ
            ଈଶ୍ବର ବିଶ୍ବାସୀ ହୋଇ
ସଭିଙ୍କୁ  ଆପଣା           କରି  ପାରୁଥିଲ
            ମଧୁର କଥାରେ ମୋହି ।।

ସ୍ନେହ ଆଦରିଣୀ          ମମତା ଦାୟିନୀ
           ବୋଉ ମୋ ଜଗତ ଜିତା
କରୁଣା ବରଷି              ମନକୁ  ହରଷି
            ବୋଉ ରୂପେ ପରିଚିତା  ।।
            ----------#-----------
ସା- ମାଧବପୁର ,ପୋ-ଲକ୍ଷ୍ମଣନାଥ, ଥାନା-ଜଳେଶ୍ୱର, ଜିଲ୍ଲା-ବାଲେଶ୍ବର, ଓଡିଶା । ପିନ୍-756032 .ମୋ-8144851045 .
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।