4/13/2023

କଲ୍ୟାଣମାୟୀ ମାଆ

 ଟୁନପ୍ରିୟା ସ୍ୱାଇଁ (ପ୍ର.ଶି)

ମାଆ ମୋ କଲ୍ୟାଣମୟୀ,
ସ୍ନେହମୟୀ ଜନନୀ,
ସହେ ସେ କେତେ ବେଦନା,
ଛାତିକୁ  ପଥର କରି,ଦିବସ ରଜନୀ/
ଯନ୍ତ୍ରଣାକୁ ପଛରେ ପକାଇ
 ଚେନାଏଁ ହସ ଝଲସେ,
 ତା ସନ୍ତାନ ପାଇଁ, ରହିଥାଏ ଚାହିଁ /
ଅଝଟ ହେଲେତା ଛୁଆ,
ବୁଝାଏ ସେ କେତେ ଗପ କହି,
ଗୋଡ଼ାଏ,ଉଞ୍ଚାଏ,ହେଲେ, କେବେ ମାରେନାହିଁ,
ଚାତକ ପରିଥାଏ ଫେରିବାକୁ ଚାହିଁ  l
ତା ହାତରୁ କେବେ କାମ ସାରିବା ଦେଖିନୁ,
  ତା ଶୋଇବା ତା ଉଠିବା କେବେବି ଜାଣିନୁ,
  ତା ଖାଇବା କଥା କେବେ ଭାଗ୍ୟରେ ଯୁଟିନି
 ନିଜପାଇଁ ଭଲ ଚିଜ କେବେବି ମାଗିନି,
 ସେତ ତ୍ୟାଗମାୟୀ  ସାକ୍ଷାତ ଭବାନୀ /
ତା ମୁହଁରେ ଶେଷଯାଏ ଫୁଟାଇବା ହସ,
ତା ମନରେ ରଖିବାନି କେବେ ଅବଶୋଷ,
ତା ସେବା ଜୁଟିଲେ ହେବା ଆମେ ଯଶବାନ,
ମା ଆମ ଜୀବନ, ମାଆ ପଦେ ଅନନ୍ତ କୋଟି ପ୍ରଣାମ /
ଜୟ ସାହିତ୍ୟ, ଜୟ ସମାଜ

3 comments:

  1. ଉଦୟଭାନୁ ଇ ପତ୍ରିକାର ସମ୍ପାଦନା ମଣ୍ଡଳୀଙ୍କୁ ସପ୍ରେମ ଶୁଭେଚ୍ଛା.

    ReplyDelete
  2. Dhanyabad ଉଦୟଭାନୁ ଇ ପତ୍ରିକାର ସମସ୍ତ କର୍ମକର୍ତ୍ତାଙ୍କୁ ମୋ ଲେଖାଟି ପସନ୍ଦକରୀ ପ୍ରକାଶକରିବାକୁ ସୁଯୋଗ ଦେଇଥିବାରୁ /

    ReplyDelete
  3. ଥାଙ୍କ ୟୁ

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।