ଟୁନପ୍ରିୟା ସ୍ୱାଇଁ (ପ୍ର.ଶି)
ମାଆ ମୋ କଲ୍ୟାଣମୟୀ,
ସ୍ନେହମୟୀ ଜନନୀ,
ସହେ ସେ କେତେ ବେଦନା,
ଛାତିକୁ ପଥର କରି,ଦିବସ ରଜନୀ/
ଯନ୍ତ୍ରଣାକୁ ପଛରେ ପକାଇ
ଚେନାଏଁ ହସ ଝଲସେ,
ତା ସନ୍ତାନ ପାଇଁ, ରହିଥାଏ ଚାହିଁ /
ଅଝଟ ହେଲେତା ଛୁଆ,
ବୁଝାଏ ସେ କେତେ ଗପ କହି,
ଗୋଡ଼ାଏ,ଉଞ୍ଚାଏ,ହେଲେ, କେବେ ମାରେନାହିଁ,
ତା ହାତରୁ କେବେ କାମ ସାରିବା ଦେଖିନୁ,
ତା ଶୋଇବା ତା ଉଠିବା କେବେବି ଜାଣିନୁ,
ତା ଖାଇବା କଥା କେବେ ଭାଗ୍ୟରେ ଯୁଟିନି
ନିଜପାଇଁ ଭଲ ଚିଜ କେବେବି ମାଗିନି,
ସେତ ତ୍ୟାଗମାୟୀ ସାକ୍ଷାତ ଭବାନୀ /
ତା ମୁହଁରେ ଶେଷଯାଏ ଫୁଟାଇବା ହସ,
ତା ମନରେ ରଖିବାନି କେବେ ଅବଶୋଷ,
ତା ସେବା ଜୁଟିଲେ ହେବା ଆମେ ଯଶବାନ,
ମା ଆମ ଜୀବନ, ମାଆ ପଦେ ଅନନ୍ତ କୋଟି ପ୍ରଣାମ /
ଜୟ ସାହିତ୍ୟ, ଜୟ ସମାଜ


ଉଦୟଭାନୁ ଇ ପତ୍ରିକାର ସମ୍ପାଦନା ମଣ୍ଡଳୀଙ୍କୁ ସପ୍ରେମ ଶୁଭେଚ୍ଛା.
ReplyDeleteDhanyabad ଉଦୟଭାନୁ ଇ ପତ୍ରିକାର ସମସ୍ତ କର୍ମକର୍ତ୍ତାଙ୍କୁ ମୋ ଲେଖାଟି ପସନ୍ଦକରୀ ପ୍ରକାଶକରିବାକୁ ସୁଯୋଗ ଦେଇଥିବାରୁ /
ReplyDeleteଥାଙ୍କ ୟୁ
ReplyDelete