ମାଧବାନନ୍ଦ ଭୋଇ
ଶୁଭ ପ୍ରଣାମ ! ବିଗତ କିଛି ଦିନ ପୂର୍ବେ ମୋ ଭାଉଜ ମୋତେ ଫୋନ୍ କହିଲେ “ମାଆ ତୁମଘରେ ଅଶାନ୍ତିରେ ଅଛି” । ମୁଁ ବି ଜାଣି ପାରିଲିନି, ସେ କଣ ପାଇଁ କହିଲେ । ତେବେ ସେ କ୍ୱଚିତ୍ ଆମ ଘରକୁ ଆସନ୍ତି । କିନ୍ତୁ ଘରେ ପ୍ରାୟ ସମୟରେ ଅନେକ ଘଟଣା ଘଟେ । ଅର୍ଦ୍ଧ ରାତ୍ରିରେ ଘରେ କିମ୍ବା ନିକଟରେ ନୁପୁରର ନିକ୍ୱଣ, ଅଚାନକ ଚୁଆ, ଚନ୍ଦନ ଓ କର୍ପୁରର ବାସ୍ନା ଛୁଟିଆସେ । ଏହା କୌଣସି ହାଲୋସିଏସନ୍ କିମ୍ବା ଅର୍ଦ୍ଧ ନିଦ୍ରିତାବସ୍ଥାରେ ନୁହେଁ । ବରଂ ଚେତନାବସ୍ଥାରେ ଘଟେ,ଦିନରେ ବି ଘଟେ । ଅନେକ କିଛି ବି ଘଟେ । ସବୁ କହି ପାରୁନି । ବିଶ୍ୱରେ ଅପରା ଶକ୍ତିକୁ ଅସ୍ବୀକାର କରି ହେବନି । ଆପଣ ଯଦି ଅବିଶ୍ୱାସ କରୁଛନ୍ତି, କରନ୍ତୁ । ତେବେ ଆଜି ଏହି ପ୍ରରିପ୍ରେକ୍ଷୀରେ ଏ କବିତା ମାଆ କହେ “ମୁଁ ଆଜି ଅଶାନ୍ତି ଅଛି” ମୋ ପ୍ରିୟ ବୁଢୀ ପାଇଁ ? ଆପଣଙ୍କ ପାଇଁ । ପାଠ କରିବା ସହିତ ମତାମତ ଦେବା ପାଇଁ ସବିନୟ ଅନୁରୋଧ ।
ମାଆ କହେ “ମୁଁ ଆଜି ଅଶାନ୍ତି ଅଛି”
ଷଡୋପଚାରେ ପୂଜା କରିଛି
କସ୍ତୁରୀ ଚନ୍ଦନ ତୋ ପାଦେ ଲେପିଛି
ଗୋଗୁଳ କର୍ପୂର ଧୁପ ଦେଇଛି.
ମାଆ, କାହିଁକି ତୋ ମୁହଁ ଶୁଖି ଯାଇଛି
ମାଆ କହେ “ମୁଁ ଆଜି ଅଶାନ୍ତି ଅଛି” । ।
ରେଶମୀ ଜରିର ଚିକ୍ ମିକ୍ ଶାଢୀ,
ଗଳାରେ ଦୟଣା ମାଳ ଲମ୍ବିଛି.
ଶିରେ ଶୋଭାପାଏ ରୂପାର କିରିଟୀ
ଚୁମିକି ଚାନ୍ଦୁଆ ବେଢି ରହିଛି,
ମାଆ, କାହିଁକି ତୋ ମୁହଁ ଅସୁନ୍ଦର ଲାଗୁଛି ।
ମାଆ କହେ, “ମୁଁ ଆଜି ଅଶାନ୍ତି ଅଛି” । ।
ଆରିଶା , ଦୁଗ୍ଧର ଲଡୁ ବାଢିଛି,
ଅଷ୍ଟୋତର ଶତ ମନ୍ଦାର ମାଳ ଲମ୍ବାଇ;
ମାଆ! କାହିକି ତୋ ବେଶ ଅଧୁରା ଲାଗୁଛି?
ମାଆ କହେ, “ମୁଁ ଆଜି ଅଶାନ୍ତି ଅଛି” । ।
ହୃଦ ସିଂହାସନେ ନିତି ବସାଇ,
ଆଖିର ଲୁହରେ ଦୀପ ଲଗାଇ
ଧ୍ୟାୟୀଥିବୁ ସଦା, ଜଗତ ହିତେ
ଋହିଥିବି ଧନ, ତୋହରି ପାଶେ,
ମାଆ ମୁହିଁ;ତୁ ମୋ ଗଳାର ହାର.
ମୁଁ ସଦା ତୋର ପାଶେ ରହିଛି
ମାଆ କହେ, “ମୁଁ ଆଜି ଖୁସିିରେ ଅଛି” । ।
ମାତୃମୟ ବିଶ୍ୱ ସଦା ଭାବିବୁ,
ଦୁଃଖିନୀ ମାଆର ସେବା କରିବୁ,
ଦେବୀ, ନାରୀ କେହି ନୁହଁନ୍ତି ଭିନ୍ନ,
ଆଜି ଏ ଦୁନିଆଁ ଭୁଲି ଯାଇଛି ।
ଧନ! “ମନେ ରଖିଥା” ମୁଁ କଥା ଦେଉଛି । ।
ସାଧାରଣ ସଂପାଦକ:ଉଦୟ ଭାନୁ,ଭୋଦଳ,ପାଟସୁନ୍ଦରପୁର,କଟକ,ସଂପର୍କ:୯୨୩୮୫୮୯୧୦୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।