ସଂଗ୍ରାମ କେଶରୀ ରାଉତରାୟ
(ସଭାପତି - ଉଦୟ ଭାନୁ)
ମାୟା ରଚି ମାୟାବିନୀ ମଉସୁମୀ
ଶେଷରେ ହୋଇଲା ଅନ୍ତ
କଳା ଓଢ଼ଣୀଟା ମଥାରୁ କାଢିକି
ଧରାକୁ ଆସିଲା ଶୀତ ।
ଆସିବା ସମୟ ବିଳମ୍ବ ହେବାରୁ
ସତେ କି କରିଛି କୋପ
ଆରମ୍ଭରୁ ଦେହ ଥରାଇ ଦେଇ ସେ
ଦର୍ଶାଉଛି ପ୍ରତିରୂପ ।
ଆରମ୍ଭ ମାତ୍ରେଣ ଶେଷ ଥାଏ ଜାଣ
ଉଦୟାନ୍ତେ ଥାଏ ଅସ୍ତ
ବସନ୍ତ ଆସିବ ତୁମେ ବାହୁଡିବ
ବସୁ ହେବ ସୁଶୋଭିତ ।
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।