1/31/2022

ମକର ମଉଜ

ଦୀନବନ୍ଧୁ ବେଜ
ମହମହ ବାସ ମକର ଚାଉଳ
ଗହଗହ ନାଦ ଖୋଲା ପଡିଆ,
ମାମୁଁଘର ଭାର ଚୁଡ଼ା ଓ ଉଖୁଡ଼ା
ଖାଇବାକୁ ଲାଗେ ଭାରି ବଢ଼ିଆ

ବେଶି ଖୁସି ଦିଏ ଗୁଡ଼ି ଉଡ଼ା ପରା 
ଚକର କାଟିଲେ ନୀଳ ଆକାଶେ,
ସମୁଦ୍ର ଛାତିରେ ବୋଇତ ପ୍ରାୟ
ବିସ୍ତିର୍ଣ୍ଣ ଜଳରେ ଗୁଡ଼ିକି ଭାସେ ।

ସ୍ଵର୍ଗଥିଲା ରାତି ଦେବତା ରାଇଜ
ଦିବସ ଆଣିଲା ମକର ସଂକ୍ରାନ୍ତି,
ମକର ରାଶିକୁ ଚଳିଗଲେ ସୂର୍ଯ୍ୟ
ଉତ୍ତର ଆୟନର ହେଲା ରାଜୁତି।

ସର୍ବ ନଦନଦୀ ତ୍ରିବେଣୀ ସଙ୍ଗମ
ଗହଳ ଚହଳ ହୁଏରେ ବେଶି,
ଘରେ ଜମିଥାଏ ଆମ୍ଵିଳର ଘାଣ୍ଟ
ବନ୍ଧୁ ବାନ୍ଧବଙ୍କ ଅକଳ ଖୁସି ।

ମକର ଚାଉଳ ବଣ୍ଟାବଣ୍ଟି ହୁଏ
ଗତି ବକର ପାଇଁ ଅଡ଼ାଏ ଘଣ୍ଟା,
ଦିନ ବଡ଼ ହୁଏ ଏହି ଦିନ ଠାରୁ
ଉତ୍ତର ଦିଗକୁ ଢଳେ ସବିତା ।

ମାଲକାନଗିରି (ଓଡ଼ିଶା)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।