ବାସ୍ତବେ ସତ୍ୟ କି ଏ ଗାନ୍ଧୀ ସମାଜ ???
ଯୋଉଠି ଚାଲେ ଅତ୍ୟାଚାର
ବ୍ୟଭିଚାର କାମୁକତା ପରିପୂର୍ଣ୍ଣ
ଏ ତନ ଅପବ୍ୟବହାର ।
ସନ୍ତାନ ଏଠି ପିତାମାତା ଅପ୍ରେମେ
ଘୃଣେ ସେ କର୍ମେଣ ପ୍ରହାର
ନାରୀ ଲୋଭେ ନିଶା ସେବନେ ମତ୍ତତା
ଗତେ ଅଶ୍ଳୀଳ ସୀମାପାର ।
ନରହତ୍ୟା , ଚୋରି , ଡକାୟତେ ଲୀନ
ଅନ୍ଧାରେ ଜଡିତ ଜୀବନ
ଅନୁତାପ ନାହିଁ ତ କର୍ମେଣ ଫଳ
ଅପରାଧେ ପତିତ ମନ ।
କୁହୁକେ , ବିବାଦେ , ଶତ୍ରୁତେ , ଦ୍ୱେଷରେ
ଏ ସମାଜ ଆସୁଚିନ୍ତାରେ
ଗାନ୍ଧୀ ଚିନ୍ତାଧାରେ ଜନ୍ମିତ ସମାଜ ????
ଛିଡା ହେଉ ତ ଏ ପ୍ରଶ୍ନରେ ।
ପୁତ୍ର ଜନ୍ମାଏ ପିତା କ୍ରୋଧ କାରଣ
ପ୍ରତିବାସୀ ବିରୁଦ୍ଧେ ଚୋରି
ଅଧର୍ମ ଦାସତ୍ତ୍ୱ ବନ୍ଧନେ ସମାଜ
ଘୃଣିତ କଳ୍ପନା ତାହାରି
ରଙ୍ଗରସ, ସ୍ୱାର୍ଥପରଟା, ଇର୍ଷାରେ
ଲାଳାୟିତା ସମାଜ ପ୍ରାଣ
ଗାନ୍ଧୀ ପ୍ରତିକୂଳେ ଆଲୋକ ବିହୁନେ
ପାଲଟିଛି ମନ ପାଷାଣ
ଚୁଡ଼ାପାଲି , ବଲାଙ୍ଗୀର
ମୋ- ୭୩୨୬୦୧୬୯୨୧
ଜୟ ସାହିତ୍ୟ, ଜୟ ସମାଜ
ସୁନ୍ଦର୍ ଉଦବୋଧନ ମୂଳକ ଲେଖା ଭାଇ, ଶୁଭେଚ୍ଛା
ReplyDeleteବହୁତ୍ ଭଲ୍ ଲେଖା
ReplyDeleteWe really proud of you sir such an excellent poet you are love you and congratulations 👏🎉 sir
ReplyDeleteଭଲ ଲେଖା
ReplyDeleteExcellent poem of excellent poet....
ReplyDeleteBahut badhiya lekhicha
ReplyDelete