ସୁବାସ ଚନ୍ଦ୍ର ପ୍ରଧାନ
ଉଙ୍କି ମାରେ ମନେ କେତେ ଅସୁମାରୀ ସ୍ବପ୍ନ
ଜଟିଳ ଅଙ୍କର କେଉଁ ଜଟିଳ ସୋପାନ ।
ଚିରକାଳ ରହସ୍ୟର ମାୟାଜାଲ ରଚି
ସ୍ବପ୍ନ ଆସେ ମନେ କେତେ ଅଭିସାର ବିଞ୍ଚି ।
ତୁଟିଯାଏ ବିଶ୍ବାସ ମୋ' କଟିଯାଏ ଭକ୍ତି
କାହାନ୍ତି ଈଶ୍ବର ଯା'ରେ ବାଢ଼ିବି ପ୍ରଣତି ।
ଜୀବନ ମୋ' ଆଜି ଏକ ନୂଆ ପ୍ରହସନ
ଏଇ କିବା ମୋ' ଈଶ୍ୱର ବିଶ୍ବାସର ଦାନ ।
କିଏ ବା ନିଜର ଯଦି ଈଶ୍ୱର ହିଁ ପର
କରନ୍ତି ଛଳନା ନିଜେ ଜଗତ ଠାକୁର ।
କା' ଆଗେ କହିବି ମୋ' ହୃଦୟର ଗାଥା
କିଏ ବା ଶୁଣିବ ମୋର ଲୁହେ ଲେଖା କଥା ।
ଲୁହ ଏକା ଜୀବନର ଏକମାତ୍ର ସାଥୀ
ଜାଣେ ନାହିଁ କେବେ ହେବ ଏସବୁର ଇତି ।
ନିମାପଡ଼ା , ପୁରୀ
ମୋ' - ୯୭୭୮୭୫୪୩୭୭
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।