1/31/2022

ମୋ' ବାପା

ମୃଣ୍ମୟୀ ବେହେରା

ପ୍ରତିଧ୍ୱନୀ ଶୁଭେ ହୃଦୟ ଗହ୍ୱରେ
ବାପା ଶବ୍ଦ ବାରମ୍ବାର ,
ବିଳାପିତ ମନ ବୁଝେନା କାହିଁକି
ଫେରିବେନି ବାପା ମୋର ।।

ଜୀବନର ଶେଷ ଯୁଦ୍ଧ ଲଢ଼ିଥିଲେ
ମୃତ୍ୟୁର ହୋଇଲା ଜୟ ,
ତଥାପି ଅନ୍ତିମ କ୍ଷଣ ଯାଏଁ ବାପା
ନମାନିଲେ ପରାଜୟ ।।

ଜୀବନର ଯେତେ ଘାତ ପ୍ରତିଘାତ
ସବୁ କରିଥିଲ ହେୟ ,
ଦୁଃଖ-ସୁଖ ସବୁ ସମ ପ୍ରାୟ ମଣି
ଆଜୀବନ ସତ୍ୟମୟ ।।

ଧର୍ମ ,କର୍ତ୍ତବ୍ୟର ସାକ୍ଷାତ ସ୍ଵରୂପ
ହୃଦେ ନାହିଁ ଅଭିମାନ ,
ନିର୍ମଳ ମନରେ ନାହିଁ ରାଗ ଦ୍ୱେଷ
ନଲୋଡିଲେ ଯଶ ମାନ ।।

ବାପା ଶବ୍ଦ ମୋର ସମୟ ଗର୍ତ୍ତରେ
କାହିଁ ହୋଇଗଲା ଲୀନ , 
ତଥାପି ଅନ୍ତିମ କ୍ଷଣ ଯାଏଁ ବାପା
ସ୍ମୃତି ଧାରେ ବିଦ୍ୟମାନ ।।

ତୁମରି ସଂସ୍କାର ରକ୍ତବିନ୍ଦୁ ସହ
ଶରୀରେ ମୋ' ପ୍ରଭାହିତ ,
ଆଜୀବନ ବାପା ତୁମେ ମୋର ଶକ୍ତି
ଅଲିଭା ଶିଖା ପ୍ରଦୀପ ।।

ଝାରପଡ଼ା ,ଭୁବନେଶ୍ବର 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।