ରଞ୍ଜିତା ସାହୁ
ମୁଣ୍ଡ ବିନ୍ଧିବାର କାରଣ ସାଜିଛି ଧଳା ଜହର । ଯାହା ଘରେ ଦେଖ ଯେଉଁଠି ଦେଖ ଗୋଟିଏ ଚର୍ଚ୍ଚା ; କାହା ପୁଅ କାହା ସ୍ବାମୀ । ଧନି ଲୋକ ଘରେ ବେଶୀ କିନ୍ତୁ ଗରିବ ପିଲାଟି ଯଦି ଏହାର ଶିକାର ଥରେ ହୋଇଗଲା ତେବେ ସରିଲା କଥା । ଗାଁ ଗହଳିରେ ଲୁଚା ଛପାରେ ବିକ୍ରି ଚାଲିଛି । ଘରେ ଖାଇବାକୁ ନାହିଁ କିନ୍ତୁ ନିଶା ପାଇଁ ଆଗ ଟଙ୍କା ରଖି ଘର ଖର୍ଚ୍ଚ କରୁଛନ୍ତି । ପ୍ରତିବାଦ କଲେ ସ୍ତ୍ରୀ ପିଲାଙ୍କ ଉପରେ ପ୍ରହାର । ଘରୁ ପିଲା ଟଙ୍କା - ସୁନା ଚୋରୀ କରି ଧଳା ଜହର ସେବନ କରୁଛନ୍ତି । ଏ.ଟି,.ଏମ୍ କାର୍ଡ ବାପାଙ୍କର ନେଇ ଟଙ୍କା ହଡପ କରୁଛନ୍ତି । କୋଟି କୋଟି ଟଙ୍କା ବିଷାକ୍ତ ନିଶା ସେବନରେ ଯାଉଛି । ଅଧିକ ହେଲେ କୌଣସି ମୂହୂର୍ତ୍ତରେ ଜୀବନ ଯାଉଛି । ଘରେ ମାଆ , ସ୍ତ୍ରୀ ଆଖିରୁ ଲୁହ ଶୁଖୁନି । ଏହି ଧଳା ଜହର କାୟା ବିସ୍ତାର କରିବାରେ ଲାଗିଛି । ଶିକ୍ଷିତ ଯୁବକମାନେ ଅଧିକ ମାତ୍ରାରେ ଶିକାର ହେଉଛନ୍ତି । ପାଠ ପଢିବା ନାଁରେ ଖଟି କରୁଛନ୍ତି । କମ୍ ବୟସର ସ୍କୁଲ ଛାତ୍ରମାନେ ମଧ୍ୟ ଧଳା ଜହର ଲୁଚି ଛପି ହେଉଛନ୍ତି । ପାଠ ପଢିବେ କ'ଣ ? ଜୀବନ ସେମାନଙ୍କର ମାଟି ହେଉଛି । କିପରି ଏହି ସମସ୍ୟାରୁ ସମସ୍ତଙ୍କୁ ମୁକ୍ତି ମିଳିବ ? ଏହାର ମୂଳକୁ ବିନାଶ କରି ଧଳା ଜହର କବଳରୁ ରକ୍ଷା ପାଇବ ସାରା ସଂସାର କେବେ ? କାହାକୁ କହିବ ଆଉ କିଏ ଶୁଣିବ ?
ଧନି ଘର ପୁଅ ଖାଇ ଜେଲ ଗଲେ ବାପା ଟଙ୍କା ଫୋପାଡି ଘରକୁ ଆଣୁଛି । ସ୍ୱାଧୀନ ଭାରତରେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଥିଲା ନିଶାମୁକ୍ତ ଭାରତ ; କିନ୍ତୁ ଆଜି ବଞ୍ଚିବା ପାଇଁ ଖାଦ୍ୟ ଅପେକ୍ଷା ଅଧିକ ନିଶା , ଧଳା ଜହର ଚାହିଁଲେଣି ଯୁବକ । ତା' ସଙ୍ଗେ ପାଠୁଆ ଯୁବତୀମାନେ ପାଲରେ ପଡି ଖରାପ ରାସ୍ତାକୁ ଆପଣାଉଛନ୍ତି । ଗୁରୁଜନଙ୍କ କଥା ମାନୁଛି କିଏ ? ବାହାର ଚାକଚକ୍ୟ ସାଙ୍ଗରୁ ଧଳା ଜହର ମଣିଷକୁ ଭୂଲ ରାସ୍ତାରେ ପାଦ ଦେବାକୁ ବାଧ୍ୟ କରୁଛି । ଏଥି ପାଇଁ କମ ବୟସର ପିଲା ବଳି ପଡୁଛନ୍ତି । ନାରୀ ନିର୍ଯ୍ୟାତିତ ହେଉଛି । ଅଧିକ ଦ୍ରୁର୍ଘଟଣାର କାରଣ ନିଶା ଲୁଚିଛପି ବିକ୍ରି ଗାଁ ଠୁ ସହର ଯାଏ ହେଉଛି । ଯଦି ଆଖିରେ ପଡୁଛି ଏଥିପାଇଁ ଅନୁରୋଧ ଆଜିର ଭାଇ ଭଉଣୀମାନଙ୍କୁ ଏହାର ବିରୋଧ କର । ମୂଳ ଚେର ଉପାଡି ଫୋପାଡିବାକୁ ପ୍ରୟାସ କର । ତେବେ ଆମେ ଏହି ଜହର କବଳରୁ ମୁକ୍ତି ପାଇବ । ନହେଲେ ଜାଣୁ ଜାଣୁ ଆଖି ସାମ୍ନାରେ ଅକାଳେ ଅନେକ ଜୀବନ ଝଡି ଯିବ । ବେଳ ଥାଉ ସାବଧାନ ନହେଲେ ଅନ୍ଧକାର ଖେଳିଯିବ ।
ପାରାଦ୍ବୀପ ଗଡ଼ , କୁଜଙ୍ଗ , ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।