ବ୍ରଜେଶ୍ବରୀ ସିଂହ
ଶିଶୁ ସାହିତ୍ୟିକା ତଥା ସମ୍ପାଦିକା (ବଉଳ ଫୁଲ)
ରତ୍ନ ସିଂହାସନେ ବସିଛୁ କାଳିଆ
ଭକତ ଜନଙ୍କ ପାଇଁ
ତୋ' ପରି ଠାକୁର ଅଧାଗଢ଼ା ମୂର୍ତ୍ତି
କେଉଁଠି ଯେ ଦେଖିନାହିଁ !
ସକାଳ ସୂରୁଜ ଉଇଁଲେ ମୋ' ମନ
ଲାଗିଥାଏ ମୋର ପାଶେ
ବ୍ୟାକୁଳ ମନକୁ ବୁଝାଇବା ପାଇଁ
ନିଇତି ମନ୍ଦିର ଆସେ !
ଗରବରେ ଛାତି ଫୁଲି ଉଠେ ମୋର
ତୋତେ ଦେଖିଦେଲେ ଥରେ
ରାମ ନାମ ଜପି ଯାଉ ଏ ଜୀବନ
ତୋହରି ସିଂହ ଦୁଆରେ !
ଦୁଃଖୀ ଦୁଃଖ ପ୍ରଭୁ ହରଣ କରିଛ
ଭକ୍ତର ଡାକକୁ ଶୁଣି
ଆହେ ଦୀନବନ୍ଧୁ କରୁଣାର ସିନ୍ଧୁ
ମୋ' ମନ ନେଏତୁ କିଣି !
ତୋ' କରୁଣା ପାଇଁ ଚାହିଁ ବସିଅଛି
ଶବରୀ ପରି ଅନାଇ
କେଉଁଦିନ ପ୍ରଭୁ ଦୟା ହେବ ତୋର
ମୁକତି ପାଇବି ମୁହିଁ !
ଭଟିଆ , ଯାଜପୁର ରୋଡ଼ , ଯାଜପୁର
ଦୂରଭାଷ - ୯୪୩୮୪୭୧୪୧୧
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।