କୁମାର କବି ପ୍ରଶାନ୍ତ ବାହିନୀପତି
ଆଙ୍କିଛି ସରାଗେ ତମ ଚିତ୍ରପଟ୍ଟ ଚିତ୍ର ବିଚିତ୍ର କକ୍ଷରେଚିତ୍ରଲେଖା ଠାରୁ ମୋ' ଚିତ୍ରିତ ଛବି ସୁନ୍ଦର ଦିଶେ ବିଶ୍ବରେ ।
କୋଟିକେ ଗୋଟିଏ ବ୍ରହ୍ମାଣ୍ଡ ସୁନ୍ଦରୀ ସଂସାର ସାର ଲଳନା
ବିକଳ୍ପ କେବଳ ଚାରୁକଳା କଳା-କୋଣାର୍କ ମନ୍ଦିର ସିନା ।
ଅଙ୍ଗେ ଅଙ୍ଗେ ଭରା ମତ୍ତ ଯୌବନ ବନେ ସବୁଜ ସୁଷମା
ଅନିନ୍ଦ୍ୟ ସୁନ୍ଦରୀ ମଦକଳା ବାଳା କି ଅବା ଦେବା ଉପମା ।
ତିନି ଭୁବନରେ ଏମନ୍ତ ଚିତ୍ରପଟ୍ଟ କେ' ବା ପାରିଅଛି ଆଙ୍କି
ଦେଖି ଯୁବା ମରେ ମାରି ପଞ୍ଚଶର ଜଳାଏ ହୃଦୟ ନିତି ।
ଭୁବନେଶ୍ବର
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।