1/31/2022

ଜୀବନ

ସୁଶ୍ରୀ କଳ୍ପନା ପଣ୍ଡା










ମେଘ କବରୀରେ ସକାଳ ଶୋଇଛି
ମୁଦି ତା’ର ଦୁଇ ଆଖି ,
ଦରଭିଜା ମନେ କେମିତି ଜୀଇଁଛି
ଓଦା ଅନ୍ଧାର ହିଁ ସାକ୍ଷୀ ।

କୁଆଁରୀ ସଞ୍ଜରେ ଭାରି ମନେପଡ଼
ଖୋଜେ ଗଛ ପତରରେ
ମେଘ ସାଥେ ଆସି ମୋ' ଦେହ ଅଗଣା
ଛୁଇଁ ଯାଆନ୍ତନି ଥରେ !

ବିଜନ ରାତିରେ ଚୁପି ଚୁପି ଆସ
ମୋ' ସ୍ମୃତିର କବରୀରେ
ସୁଖର ନିଦ୍ରାରେ ଶୋଇ ମୁଁ ପଡ଼ଇ
ତୁମ ପ୍ରୀତି ପିଆଲାରେ ।

ତୁମେ ମୋ' ସକାଳ ତୁମେ ମୋର ସଞ୍ଜ
ତମେ ମୋ' ଖିଆଲି ରାତି
ଧାରା ଶ୍ରାବଣରେ ଖୋଜେ ନିରନ୍ତରେ
ତୁମରି ଉଷୁମ ତାତି ।


କଚେରୀ ଗାଁ , କବୀରପୁର , ଯାଜପୁର 
                  ୭୫୫୦୦୯
     ସମ୍ପର୍କ 📱୯୩୪୮୯୭୭୨୦୧

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।