ଉମାକାନ୍ତ ଦାସ
ଦଶରଥପୁର ବ୍ଲକ , ମଙ୍ଗଳପୁର ଥାନା ଅନ୍ତର୍ଗତ ଅନେକ ଗ୍ରାମ ପଞ୍ଚାୟତ
ଗୁଡ଼ିକରେ ପ୍ରାୟତଃ ପ୍ରତି ଗାଁରେ ଦୁଇ ତିନୋଟି ଘରେ ସ୍ତ୍ରୀଲୋକମାନେ ଚୋରା ମଦ ବିକ୍ରୟ କରି ଚାଲିଛନ୍ତି । ସେଥିରେ ସେମାନଙ୍କ ସ୍ବାମୀମାନେ ମଧ୍ୟ ସହଯୋଗ କରୁଛନ୍ତି । ଯାହା ଫଳରେ ଜଣେ ଦିନ ମଜୁରିଆ ଯେତେ ଅସୁବିଧାରେ ପଡୁଛି ତ ପଡୁଛି ନାବାଳକ ପିଲାମାନେ ଘରୁ ବଭିନ୍ନ ପ୍ରକାର ଜିନିଷପତ୍ର ଚୋରେଇ ବେଶ ମଦ ପିଇ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକ୍ରମ କରି ଚାଲିଛନ୍ତି । ଏଥିପାଇଁ କ'ଣ ପୋଲିସର କିଛି କର୍ତ୍ତବ୍ୟ ନାହିଁ ? କେତେବେଳେ ଧରି ନେଇଯାଇ ଦିନେ ଦୁଇଦିନ ଥାନାରେ ରଖି ପୁଣି ବିଦା କରି ଦେଉଛନ୍ତି । ଗାନ୍ଧିଜୀ ଦିନେ ସ୍ବପ୍ନ ଦେଖିଥିଲେ ମଦ ମୁକ୍ତ ଭାରତ । ଆଜିର ଶାସନ , ପ୍ରଶାସନ , ନେତାମାନେ ଗଢୁଛନ୍ତି ମଦ ବହୁଳ ରାଷ୍ଟ୍ର । ଏହାର ପ୍ରତିକାର ପାଇଁ ଅଞ୍ଚଳବାସୀଙ୍କୁ ଅନୁରୋଧ ଜାଗ୍ରତ ହୁଅ ଦେଶ ବଞ୍ଚାଅ । ଲାଲ୍ବାଗ , ଖାନନଗର ,
ମଙ୍ଗଳପୁର , ଯାଜପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।