1/31/2022

ମାନପତ୍ର

               ଦୀନକୃଷ୍ଣ ମହାପାତ୍ର 
                     (କବି , ଗାୟକ , ଉପସ୍ଥାପକ)
କବି ମୁହେଁ ଯେବେ ଦାନାର ତୋବଡ଼ା ଭାଷା କି କରିବ ହାୟ
କୁହ ସାଧୁଜନେ କାହାର କଥାରେ ସାହିତ୍ୟ କେତେକ ଦାୟ ।
ହମ୍ବା ରଡ଼ିରେ ସାହିତ୍ୟ ଦୌଡ଼ ହାମ୍ବୁଡେ ହାମ୍ବୁଡା ଜନ
ଆହା ଗୋ ଜନନୀ ମାତୃଭାଷା ମୋର ହେଉ କେତେ ହୀନିମାନ ।

ମଉନେ ଭ୍ରମୁଛି ମାନପତ୍ର ଏବେ ଗଳାର ପକାଇ ମାଳ
କିଏ ଖାଏ ଏଠି ରକ୍ତ ହାଡ଼ ମାଂସ ଆଉ କିଏ ପାଏ ଝୋଳ ।
ଚୂନାକୁ ଧରିକି ପିଠାର ପ୍ରସ୍ତୁତି ଚୁନୁ - ମୁନୁ - କୁନା - କୁନି
ଗବକୁ ଜାଳି ବି ଉଠେ ସାଧୁଜନେ ପ୍ରବଳ ପ୍ରତାପେ ଧୂନି ।

ଗର୍ଜିଲା ମେଘ ବର୍ଷନ୍ତି ଏଇଠି ହାତେ ହତିଆର ଧରି
ବର୍ଷିଲା ମେଘ ବରଷି ସରସୀ ଶେଷେ ଯା'ନ୍ତି ହଜି-ମରି ।
ମରୁଆ ମାଳତୀ ସରସି ହରସି ଋଷିଆ ପର୍ଯ୍ୟନ୍ତ ଯାଇ
କୁହନ୍ତି କଥାଏ ଭାଷା ମୋ' ଜନନୀ ଆମେ ଦୁଧିଆଳି ଗାଈ ।

ମାନପତ୍ର ମାନ ବୃଦ୍ଧି କରେ ସିନା ସାହିତ୍ୟ କି ଶୋଭା ପାଏ
ଭାଷା ଓ ସାହିତ୍ୟ ପ୍ରାପ୍ତି କାମନାରେ ତିଳତିଳ ନାଶ ଯାଏ ।

ଶିବଶକ୍ତି ପୂଜକ , ଆଚାର୍ଯ୍ୟ    
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।