ଶ୍ରୀମତୀ ଛବିରାଣୀ ପତି
ଅଥୟ କରୁଛି ଆଜି ଏହି ମନ
ଭାବି ସେ ବିଗତ ଦିନ
ସେଦିନ ମହତ୍ତ୍ଵ ପାଶୋରି ଦେଲୁ କି
ନା ଭାଳେ ବି ତୋହାରି ମନ ।
ଏମିତି ରଙ୍ଗରେ ରଙ୍ଗେଇ ଥିଲୁ ତୁ
ଛାଡିବନି ସାତ ଜନମ
ଅଭିମାନ ଅବା ଆନମନା ତୋର
ନୀରବେ ଭେଦେ ମରମ ।
ଯମ ଝାଳ ଵୁହେ ବେଦନା ବିରହେ
ଆସିଯା' ଧରି ତୁ ରଙ୍ଗ
କେତେ ଯୁଗ ହେଲା ଦେଖିନି ତୋତେରେ
ଦେଖାନି ଆଉରେ ଢଙ୍ଗ ।
ହାତ ଧରି କଥା ଦେଇଥିଲୁ କେତେ
ଫୁଙ୍କିଥିଲୁ କାନେ ମନ୍ତ୍ର
ଆଜି ନିଜ ପାଇଁ ପ୍ରତିଶ୍ରୁତି ନେଇ
ପେଶିଲୁ ଏ ଦେହେ ତନ୍ତ୍ର ।
ପ୍ରେମ ସମ୍ପର୍କର ପବିତ୍ରତା ହେତୁ
ମଥାରେ ସିନ୍ଦୂର ମାଖି
କେମିତି କରିବି ଅମର୍ଯ୍ୟାଦା ତା'ର
ଈଶ୍ୱର ଅଛନ୍ତି ସାକ୍ଷୀ ।
ଚାହିଁଛି ଚାହିଁବି ଫେରିଲା ବାଟକୁ
ବିଶ୍ୱାସ ଆସିବୁ ବୋଲି ;
ଆଲିଙ୍ଗନ ଭରି କହିବୁ ପାଗେଳୀ
ଆ , ଖେଳିବି ତୋ' ସାଥେ ହୋଲି ।
ମଧ୍ଯଶାସନ , ବିରିଡ଼ି , ଜଗତସିଂହପୁର
📲- ୯୩୩୭୯୬୦୦୬୦
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।