ପବିତ୍ର କୁମାର ବେହେରା
ପ୍ରେମ ନ୍ୟାୟ ମଧ୍ୟେ କରିଲେ ତୁଳନା
ପ୍ରେମର ବିଜୟ କାହିଁକି ଲାଗେନା ।।
ଦୋଷୀ ଅବାଯେତେ ଦୋଷ କରିଥାଏ
ନ୍ୟାୟାଳୟ ଯାଇ ନ୍ୟାୟ ମାଗୁଥାଏ ।।
ବିଚାରପତି ଯେ ଆତ୍ମୀୟ ସୃଜନ
କଳାପଟି ହୁଏ ପ୍ରେମର ବନ୍ଧନ ।।
ରାଜାର ସମ୍ବଳ ଅଟେ ଯେ ଶାସନ
ଶାସନ ଛଳରେ ପାଆନ୍ତି ଆସନ ।।
ସାମାଜିକ ନ୍ୟାୟ ଅଟେ ଯେ ପ୍ରଜାର
ଔଷଧ ହୁଏ ଯେ ଶୋଷଣ ପୀଡ଼ାର ।।
ଗୋଟିଏ ଶରୀର ଗୋଟିଏ ରକତ
କିଆଁ ଭେଦଭାବେ ଭାଙ୍ଗିବା ତାକତ ।।
ପୀଡିତ ବଞ୍ଚିତ ଲୋକଙ୍କୁ ସେବିବା
ସାମାଜିକ ସ୍ରୋତେ ତାଙ୍କୁ ଏକାଠିବା ।।
ବିଶ୍ଵଶାନ୍ତି ପାଇଁ ପ୍ରତିଜ୍ଞା କରିବା
ସାଜିକ ନ୍ୟାୟରେ ଦେଶକୁ ଗଢ଼ିବା ।।
ଉଠ ଯୁବବନ୍ଧୁ କିଶୋର କିଶୋରୀ
ଦେଶ ସଜାଡ଼ିବା ରାମରାଜ୍ୟ କରି ।।
ବଡ଼କେଲାଝୁରୀ - ଗଞାମ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।