1/31/2022

ନୂତନ ବର୍ଷର ଅଭିନନ୍ଦନ

କାଦମ୍ବିନୀ ଖୁଣ୍ଟିଆ
            (କାଜଲ) 
ନୂଆ ନୂଆ ଏଇ 
କ୍ୟାଲେଣ୍ଡର ପୃଷ୍ଠା ବଦଳି 
ଯାଉଛି ଖାଲି ...
ମାସ ବରଷ ସମୟ 
ସାଗରର ଉର୍ମି ପରି 
ମାଡ଼ି ଚାଲିଛି ...
ସେଥିରେ କେତେ ଯେ 
ଖୁସି କେତେ ଦୁଃଖ 
କେତେ ଯନ୍ତ୍ରଣାର ଚିହ୍ନ
ରହିଯାଏ ଏଇ ହ୍ରୁଦୟ 
ଇଲାକାରେ...
ନୂଆ ବର୍ଷର ନୂଆ ମହକ 
ପାଇଁ ଦୁଃଖକୁ ଆଡ଼ କରି 
ମିଛିମିଛିକା ହସକୁ ଓଠରେ
ଫୁଟାଇବା ଖୁବ ସହଜ ...
ଯାହାର ଦୁଃଖ ଥାଏ କ'ଣ 
ଏଇ କ୍ୟାଲେଣ୍ଡର ପ୍ରୁଷ୍ଠାରେ 
ଯାଇପାରେ ???
ଦୁଃଖ ସେମିତି ରହିଥାଏ 
ଜୀବନେ ସଙ୍ଗିନୀ ସାଜି ...
ମନର ଦରଜ ମନରେ ଥାଏ 
ଓଠ କିନ୍ତୁ ହସିବାକୁ ବାଧ୍ୟ ହୁଏ ...
ଏଇ କ୍ୟାଲେଣ୍ଡର ପ୍ରୁଷ୍ଠାରେ ...
ଆଉ ମନ କହେ ଆସ ନୂଆ ବରଷ
ସାଥେ ଆଣି ସୁଖ ଶାନ୍ତି 
ମୈତ୍ରୀର ପସରା 
ବିଞ୍ଚି ଦିଅ ସଭିଙ୍କ ମନ ଅଗଣାରେ 
ହସି ଉଠୁ ଏଇ ଦୁନିଆ ।
      କେନ୍ଦ୍ରାପଡ଼ା 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।