କୈଳାସ ଚନ୍ଦ୍ର ପାଢ଼ୀ
ପାକିସ୍ତାନ ପାକିସ୍ତାନ
ତମେ ବଡ଼ ବେଇମାନ୍ ,
ମଣିଷ ଜାତିର କଳଙ୍କ ହେ' ତମେ
ତମେ ବଡ଼ ସଇତାନ୍ ।
ପାକିସ୍ତାନ ପାକିସ୍ତାନ ।।
ଭାରତ ମାଟିର ଦାୟାଦ୍ ମୁଁ
କହୁଅଛି ଆଜି ଶୁଣରେ ଶୁଣ ,
ନୟନ ତଳରୁ ଝରେ ଖାଲି ଆଜି
ପ୍ରତିଶୋଧର ଅଗ୍ନିବାଣ ।
ଆତଙ୍କବାଦର ରକ୍ଷାକବଚ଼ ସାଜି
ଭାବିଅଛ ଅବା ମାରିନେଇଯିବ ବାଜି
ଧର୍ମଦ୍ରୋହୀ ,
ସ୍ବର୍ଗକୁ ହାତ ବଢା଼ଉଛ ତୁମେ
ବାମନ ହୋଇ
କଟିବ ହାତ
ଝରିବ ରକ୍ତ
ପ୍ରତି ମୁହୂର୍ତ୍ତରେ ପାକିସ୍ତାନ ତୁମେ
ହୋଇବ ହୋଇବ
ମର୍ମାହତ ।।
ତୁମ କୂଟନୀତି ସାରା ବିଶ୍ବରେ
ପଡ଼ିଛି ଧରା ,
ମୁହଁ ତୋଡ଼ ଆଜି ଭାଙ୍ଗି ଯାଇଛି
ତୁମରି ପରା ।
ଆରେ ବର୍ବର
ସରି ଯାଇଅଛି ତୁମରି ଖେଳ
ହେ ପଙ୍ଗପାଳ
ଆସି ଯାଇଅଛି କରତଳେ ଗଣ୍ଡ
ଥାପିବା ବେଳ ।।
ବାର ବାର ତମେ
ଲଗାଇଛ ଲୀଳା
ସୀମାନ୍ତ ଘାଟିରେ
ଶୃଗାଳର ବଳା
କେବେ କାର୍ଗିଲ୍ କେବେ ବା ଉରିରେ
ଚ଼କମା ଦେଖାଅ ପରା ,
ବିଶ୍ବାସଘାତୀ ସାବଧାନ ହୁଅ
ବୁଡ଼ିବ ତୁମର ଭେଳା ।।
ସୁପ୍ତ ସିଂହର ନିଦ୍ରା ଭାଜିଛି
ଦେଖିଛ କି ତା'ର ଅଗ୍ନିଡୋଳା
ମହାଭାରତୀୟ ଚ଼େତନା ହୋଇଛି
ରକ୍ତ ସ୍ଖଳା
ସହିବନି ଆଉ ତୁମରି ଜ୍ବାଳା ।।
ଛାଡ଼ରେ ଛାଡ଼ରେ ସଇତାନୀ ବୁଦ୍ଧି
ଶିଘ୍ର ଛାଡ଼
ଭାରତୀୟଙ୍କର ମନସ୍ତତ୍ତ୍ବକୁ
ଭଲକରି ପାକିସ୍ତାନ
ପଢ଼ରେ ପଢ଼
ସୁଧୁରି ଯିବ
ନହେଲେ ତମର ରକ୍ଷା ନାହିଁ ତ.........
ମଢ଼ ପରେ ଖାଲି
ଉଠିବ ମଢ଼ ।।
କୁମାରପୁର , ଅନନ୍ତପୁର , ବାସୁଦେବପୁର (ଭଦ୍ରକ)
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।