1/31/2022

ପ୍ରାଣୀ ଉଦ୍ଯାନ ନନ୍ଦନକାନନ

        ଅମରନାଥ ବାରିକ 
ଯେଉଁଠି ମିଳନ୍ତି ଦେଖିବାକୁ ପ୍ରାଣୀ
ଜାତି ପ୍ରଜାତିର ପଶୁ ପକ୍ଷୀ
ସେ ଆମ ନନ୍ଦନକାନନ ଉତ୍କଳେ
ରହିଅଛି ଇତିହାସ ସାକ୍ଷୀ ।

ଯେଠାକୁ ଯାଆନ୍ତି ବୁଲି ପର୍ଯ୍ୟଟକ
କରିବାକୁ ରଙ୍ଗେ ବଣଭୋଜି
ସେ ହୋଇଛି ଲୋକପ୍ରିୟ ଉଡ୍ରଦେଶେ
ନନ୍ଦନକାନନ ନାମେ ଆଜି ।

ଯା ବକ୍ଷ ପାଳିଛି କେତେ ଜୀବ ଜନ୍ତୁ
ଖୋଜି ଆଣି ଦେଶ ବିଦେଶରୁ
ପଶୁ ପକ୍ଷୀଙ୍କର ସୁରକ୍ଷା ସେ ଦିଏ
ରଖି ଅଛି ବଂଶ ବୁଡ଼ିବାରୁ ।

ଯେଉଁ ସରୀସୃପ ନ ମିଳେ ଭାରତେ
ତାହା ଦେଖା ମିଳେ ଏହି ଠାରେ
ଏ ପରା ନନ୍ଦନକାନନ ଜଗତେ
ଭୁବନେଶ୍ବରର ନିକଟରେ ।


ସୁନ୍ଦର ତୃପ୍ତିର ମର୍ତ୍ତ୍ୟର ବିସ୍ମୟ
ନାହିଁ ଅବସାଦ ତା'ର କେବେ
ଯେତେ ଗଲେ ପୁଣି ଲାଗେ ନୂଆ ନୂଆ
ବାରମ୍ବାର ଗଲେ ଏହି ଠାବେ ।

ଯେତେ ବା ଆନନ୍ଦ ନଲାଗେ କାନନେ
ଲାଗିଥାଏ ଏହି ଉଦ୍ୟାନରେ
ଥରେ ଦେଖିଦେଲେ ଏହାକୁ ଜୀବନେ
ସ୍ମୃତି ସାଇତା ହୁଏ ମନରେ।





କୟାଁ , ମଙ୍ଗଳପୁର , ଯାଜପୁର (ଓଡ଼ିଶା)
ପିନ୍‌ - ୭୫୫୦୧୧
ଫୋ- ୯୫୪୦୩୦୮୦୯୫             
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।