ସତ୍ୟଜିତ ସ୍ୱାଇଁ
କିଛି ସେ' ବିଚାରୁ ନାହିଁ ||
ମଧୁ ପାନ ଲୋଭେ ପ୍ରଜାପତି ପ୍ରାୟେ
ପାଗଳ ହୋଇ ସେ ବୁଲେ
ସୁନ୍ଦର ରୂପର ବଶବର୍ତ୍ତୀ ସେ ଯେ,
ବସେ ଫୁଲର ଉପରେ ||
ମିଛ ମାୟା ଭରା ଏହି ସଂସାରର
କୂଟନୀତି ବୁଝେନାହିଁ
ଛନ୍ଦ-ମନ୍ଦ ଜାଣେ ନାହିଁ ||
ସାମନାରେ ଯେବେ ଦେଖେ ସୁନ୍ଦରତା ବଶୀଭୂତ ତା'ର ହୁଏ
ମୃଗତୃଷ୍ଣା ସେହି ଲଭିବା ଆଶାରେ,
ପଛେ ପଛେ ତା'ର ଧାଏଁ ||
ମେଘମାଳା ଦେଖି ନୀଳ ଆକାଶରେ
ମୟୂର ଯେପରି ଝୁମେ
ସୁନ୍ଦରତା ଦେଖି ଆଲିଙ୍ଗନ କରି,
ଅଧରକୁ ତା'ର ଚୁମେ ||
କିପରି ତାକୁ ମୁଁ' କରିବି ଆକଟ
ଜାଣିପାରୁ ନାହିଁ ଜମା
ଅମାନିଆ ମନ କିଛି ମାନୁନାହିଁ,
ଭୁଲି ଗଲାଣି ତା' ସୀମା ||ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।