ସରୀତା ମହାନ୍ତି
ଶିକ୍ଷୟିତ୍ରୀ
ଉଦ୍ଧାରିବା ପାଇଁ ପ୍ରାର୍ଥନା କରିଲୁ
ଉଦ୍ଧାର ବି ହୋଇଗଲା ।
ମାଟି ମାଆ ତୋତେ ଆଗେ କୋଳେଇଲା
ଦୁନିଆକୁ ତୁ ଦେଖିଲୁ,
ଛୋଟରୁ ବଡ ତୁ ହୋଇବାପାଇଁକି
ମାଆର ସାହାରା ନେଲୁ ।
ଚାଲିବା ତୋହର ଆରମ୍ଭ ହୋଇଲା
ମାଆ ପତାଇଲା ଛାତି,
ତା' ପାଣି ପବନ ଆଲୁଅ ଦେଇଣ
ବଢାଇଲା ତୋ ଶକତି ।
ଶକତି ପାଇଲୁ ବଡ ବି ହୋଇଲୁ
ମାଆ କଥା ଭୁଲିଗଲୁ,
ସ୍ନେହ ମମତାକୁ ପାଶୋରୀ ଦେଇଣ
ଶତ୍ରୁ ତା'ର ସାଜିଗଲୁ ।
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ନାମଟିଏ ନ ରଖିଲୁ,
ଶତ୍ରୁ ସାଥେ ଯାଇ ହାତ ମିଳାଇଣ
ପଥଭ୍ରଷ୍ଟ ହୋଇଗଲୁ ।
କେତେ ମାଆଙ୍କର କୋଳ ଶୂନ୍ୟ କରି
ଝୁରିବାକୁ ଛାଡି ଦେଲୁ,
ଅନ୍ଧାର ରାସ୍ତାରେ ପାଦ ଥାପିଦେଇ
ଲୁଚିଛପିକି ବୁଲିଲୁ ।
ଶତ୍ରୁର ଜୟ ହୁଅଇ,
ଝିଅ ହୁଅ ଅବା ପୁଅ ତୁମେ ହୁଅ
ଏହା ଉଚିତ ନୁହଁଇ ।
ପରିସ୍ଥିତି ତୁମ ଯାହା ହେଉ ପଛେ
ମନଟିକୁ ଦୃଢ କର,
ଜନ୍ମଭୂମି ପାଇଁ ଜୀବନ ଦେଇଣ
ଜୀବନକୁ ଧନ୍ୟକର ।
କୁପଥକୁ ଯେବେ ବାଛି ନେଉଅଛ
ପଛକୁ ଟିକିଏ ଫେର,
କେତେ ବୀରପୁତ୍ର ତ୍ୟାଗକରିଥିଲେ
ଜୀବନଟିକୁ ତାଙ୍କର ।
ଯାହା ପାଇଁ ଆଜି ଏତେ ବଡ ହେଲୁ
କେମିତି ତାକୁ ଭୁଲିଲୁ,
ତା' ସମ୍ମାନ ରକ୍ଷା କରିବା ବଦଳେ
କ୍ଷତି ତା'ର ଚିନ୍ତା କଲୁ ।
ଅଭାବେ ସ୍ୱଭାବ ନଷ୍ଟ କରନାହିଁ
ଜୀବନଟା କ୍ଷଣସ୍ଥାୟୀ,
ନିଃଶ୍ୱାସ ପ୍ରଶ୍ୱାସ ଯା' ପାଇଁ ଚାଲିଛି
ମାଆ ପରା ତୋର ସେଇ ।
ମାନବିକତା ଆମ ରହିଅଛି ବୋଲି
ପାଇଛେ ମାନବ ନାମ,
ମାଆର ସମ୍ମାନ ରକ୍ଷା କରିଥିଲେ
ପାଇବୁ ନିଶ୍ଚେ ସୁନାମ ।
ସା-ବାସୁଦେବପୁର
ପୋ-କାଠିଆ
ଜିଲ୍ଲା-ବାଲେଶ୍ୱର
ପୋ-କାଠିଆ
ଜିଲ୍ଲା-ବାଲେଶ୍ୱର
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।