1/02/2019

ପଦ୍ମ

କମଳିନୀ ଦେବୀ
ପଙ୍କରେ ଜନମି, ଜଳରେ ବିହରି                                                                     ଦିବାକରେ କରେ ପ୍ରୀତି 
ସଜଳ ନୟନେ ଥାଏଁ ମୁଁ ଅନାଇ 
ନାହିଁ ମୋ ମାନସେ ଭୀତି ।।
ମୋ ହୃଦ ଈଶ୍ବର, ରାମ ବଂଶଧର 
ଅହେତୁକ ସ୍ନେହ ଦାନେ 
ପାଖୁଡା ବାରିରେ ପ୍ରତିବିମ୍ବିତ ସେ 
ଚୁମୁଥାଇ ଖୁସି ମନେ ।।
ସେ ଚୁମ୍ବନେ ମୁହିଁ ପିୟୂଷର ଧାରା                 
ଆନନ୍ଦରେ କରେ ପାନ 
ପ୍ରେମ ଗଦଗଦେ ସ୍ଫୁରେ ନାହିଁ ଭାଷା 
କରିମନେ ଆଲିଙ୍ଗନ ।।
ସେ ପ୍ରେମରେ ସୁଖ ଦିବସ ଯାକ ମୋ 
ରଜନୀ କୁ ଏକା ଡର 
ନିଶା ଶାପ ଘୁଞ୍ଚି ଆସିଲେ ଆନନ୍ଦେ 
ନାଚି ଉଠେ ମନ ମୋର ।।
ଭାଗ୍ୟ ମୋର ସିନା ବୋଲିବାକୁ ହେବ 
ଶ୍ରୀ ରାମ ଚନ୍ଦ୍ର ଙ୍କ ସ୍ନେହ 
ତାଙ୍କ ପାଦପଦ୍ମେ ସମର୍ପିତ ସିନା 
ଏ ମୋ ପ୍ରାଣ, ଏ ମୋ ଦେହ ।।
ଘର ନଂ-୬ ୟୁନିଟ୍ ନଂ-୬୬

ଭୁବନେଶ୍ୱର

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।