1/02/2019

ହେ ପ୍ରଭୁ

 ଉଷାରାଣୀ ପଣ୍ଡା
ମନ୍ଦକର୍ମ ଫଳେ  ମାୟାର ଅନଳେ
ମଉଳିଲା ସବୁ ଆଶା  ,                                    
ମର୍ମ ବେଦନା ମୁମୂର୍ଷୁ ଯାତନା
                  ମର୍ଦ୍ଦ କଲା ଅହଂ ନିଶା ।

ମରଣ ମୁହୂର୍ତ୍ତ  କରୁଛି ସ୍ବାଗତ
                  ମୁର୍ହୁଃମୁର୍ହୁଃ  ହେଲା ପ୍ରାଣ  ,
ମାନ ଅଭିମାନ  ଯଶ ସନମାନ
                    ମାଟି ଦେହେ ହେବ ଲୀନ  ।

ମୋ ଅର୍ଜିବା ଫଳ  ଚଲାପଥେ ଠୁଳ
                 ମଉନେ ବାଉଳା ମନ ,
ମାୟା ର  କଳିକା ହେଲା ବିଭୀଷିକା
               ମରୀଚିକା ହେଲା ଧନ  । 


ମର୍ତ୍ତ୍ୟେ ଧନଅର୍ଜି  ଗାରିମାରେ ମଜ୍ଜି
                ମୁଖେ ଭରି ଗର୍ବ ଭାରୀ   ,
ମହାମେଘ ସମ ଆସୁଅଛି ଯମ
                ମୃତ୍ୟୁ ଫାଶଦଣ୍ଡ ଧରି ।

ମଦନମୋହନ ପ୍ରଭୁ ଆର୍ତ୍ତତ୍ରାଣ
               ମନ୍ଦରଧର ଶ୍ରୀହରି ,
ମହିମା ପୁରୁଷ ଆହେ ମୁଞ୍ଜକେଶ
               ମନ୍ଦକର୍ମ ନିଅ ହରି  । 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।