ରୀତା ଅପରାଜିତା ମହାନ୍ତି
ଏବେ ସମୟ ବଦଳି ଯାଇଛି
ସେ ନିଜ ହକ ପାଇଁ ଲଢ଼ୁଛି
କେତେବେଳେ ଶକ୍ତି ତ
କେତେବେଳେ ସରସ୍ୱତୀ ରୂପ ସାଜିଛି
ସେ ଏବେ ଘରର କୋଣ ରେ
ବା ଡ୍ରଇଂରୁମ୍ରେ ରଖିଥିବା କଣ୍ଢେଇ ପରି ନୁହଁ
ସେ ମଧ୍ୟ ପୁରୁଷ କାନ୍ଧରେ କାନ୍ଧ ମିଶlଇ
ଉନ୍ନତି ପଥରେ ।
ଯେଉଁ କନ୍ୟାକୁ ଆଲୋଡା ଭlବୁଥିଲେ
ସେଇ କନ୍ୟାକୁ ସାହାଯ୍ୟ ସହଯୋଗ ଦେବାରୁ
ସେ ନୂଆ ଆଲୋକ ପଥରେ ଆଗେଇଛି
ସେ ଆଜି ଡାକ୍ତର ,ଇଂଜିନିୟର
ଓକିଲ, ପୋଲିସ୍ ସାଜିଛି
ଏତିକିରେ ନାରୀର ଜୟ ଯାତ୍ରା ଥମିବନି
ସେ ଆହୁରି ଆଗେଇ ଚାଲିବ
କାରଣ ଥରେ ବହିଯାଉ ଥିବl ଜଳଧାରକୁ ରୋକିବାର କlହାର ଶକ୍ତି ଅଛି..........??
ତାଙ୍କୁ ଟିକେ ସ୍ନେହ
ଟିକେ ଆଦର ଦେଲେ ସେ
କନ୍ୟା ରତ୍ନ ପାଲଟି ଯିବେ ସତକୁ ସତ-
ଭୁବନେଶ୍ୱର -୨୧ ଆମ୍ରପଲ୍ଲୀ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।