1/02/2019

ଅସୁରକ୍ଷିତ ନାରୀ

ସନ୍ତୋଷ କୁମାର
ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ଏହାର ଶିକାର ହେଉଛନ୍ତି କମ୍‌ ବୟସ୍କ ଶିଶୁ ମାନେ I ନାଁବାଳିକା ଦୁଷ୍କର୍ମର ସଂଖ୍ୟା ବଢ଼ିବାରେ ଲାଗିଛି I ଯେତେ ଆଇନ କାନୁନ ହେଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ମିଳୁନି I ବରଂ ଅପରାଧୀ ମାନଙ୍କ ମାନସିକରେ ସଚେତନତା ଆସୁନି I ନାବାଳିକା ଦୁଷ୍କର୍ମକାରୀକୁ କଠୋର ଦଣ୍ଡ ଦେବା ପାଇଁ ସରକାର ଅବହେଳା କରୁଛନ୍ତି।

ସେ ୫ ବର୍ଷର ହେଲେ ରେପ୍‌ ହେଲା ।ସେ ୧୭ ବର୍ଷର ହେଲେ ରେପ୍‌ ହେଲା । ସେ ୩୫ ବର୍ଷର ହେଲେ ବି ରେପ୍‌ ହେଲା । ତାହାଲେ ବୟସର କିଛି ଦୋଷ ନାହିଁ.....ସେ ଘରେ ରହିଲେ ରେପ୍‌ ହେଲା।  ସେ ବାହାରକୁ ଗଲେ ରେପ୍‌ ହେଲା । ସେ ମନ୍ଦିରକୁ ଗଲେ ରେପ୍‌ ହେଲା । ତାହାହେଲେ ଜାଗାର କିଛି ଦୋଷ ନାହିଁ.....ସେ ସ୍କୁଲ ଡ୍ରେସ୍‌ ପିନ୍ଧିଲେ ରେପ୍‌  ହେଲା । ସେ ଜିନ୍ସ୍ ପିନ୍ଧିଲେ ରେପ୍‌  ହେଲା । ସେ ଶାଢ଼ି ପିନ୍ଧିଲେ ରେପ୍‌ ହେଲା। ତାହାଲେ ତା' କପଡାର କିଛି ଦୋଷ ନାହିଁ.....ସବୁର ଦୋଷ ହଉଚି ମାନବିକତାର ; ଛୋଟ ପ୍ରକୃତିର ଲୋକ ହିଁ ଏମିତି କରନ୍ତି ।

ଆଉ କେତେ ଦିନ ଏମିତି ଘଟି ଚାଲୁଥିବ ? ନାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପଦକ୍ଷେପ କିଛି ନେଉ ନାହାନ୍ତି। କୁନ୍ଦୁଲିକୁ ନ୍ୟାୟ ଦେଇ ପାରିଲେନି.. ପିପିଲି ଗଣ ବଳାତ୍କାରର ଦୋଷୀକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କଲେ ।ସେମାନେ ଗରିବ ଘର ଲୋକ କିଛି ବି ନାୟ ମିଳିଲା ନାହିଁ। କାଲି ତମ ପରିବାର ର କେହି ରେପ୍‌ ହେବେ ତା' ପରେ ଆମ ପରିବାରର ବି ରେପ୍‌ ହେବେ ।  ଆଉ କେତେ ଦିନ ଏମିତି ହବ ? ଝିଅଟିଏ ବାହାରକୁ ଗଲେ ବାପା ମା'ଙ୍କ ଚିନ୍ତା ବଢି ଯାଉଚି...ମୋ ଝିଅ ସୁରକ୍ଷିତ ଭାବରେ ଫେରିବ ତ..!! ନାରୀ ଆଉ ସୁରକ୍ଷିତ ନାହାନ୍ତି ; ଆମକୁ କିଛି କରିବାକୁ ହବ।

ହେ ସରକାର ଉଠେଇ ଦିଅ ତମର ଏ ଆଇନ୍‌କାନୁନ୍‌,କୋଟ୍ କଚେରୀ ; ଯଦି ନାରୀଟିଏ ସୁରକ୍ଷିତ ନୁହେଁ ତାହାଲେ ଏତେ ବ୍ୟବସ୍ଥା କଣ ପାଇଁ କରାଯାଇଛି ? ଆମକୁ ଅଧିକାର ଦେଇ ଦିଅ ବଳାତ୍କାରୀ କରୁଥିବା ପାପୀକୁ ଜୀବନରୁ ମାରି ଦବାକୁ...ବହୁତ୍ ହେଇଗଲା ତମ ଡ୍ରାମା ଦେଖି ଦେଖି ଥକି ଗଲୁଣି । ଯଦି ପାରୁଛ ବଳାତ୍କାରୀଙ୍କୁ ଫାଶୀ ଦେଇ ଦେଖ ଦେଖିବା କେମିତି ରୋକିବନି। ସବୁ ତୁମ ଅବହେଳା ଯୋଗୁଁ ହିଁ ଏମିତି ଘଟୁଛି...

ଏବେ ପୋସ୍କୋ ଆଇନ ନିୟମ ଅନୁସାରେ ୧୨ ବର୍ଷରୁ କମ୍ ପିଲାମାନଙ୍କୁ ରେପ୍‌ କଲେ ତାଙ୍କୁ ଫାଶି ଦିଆଯିବ..ଠିକ୍ କଲ କିନ୍ତୁ ୨୫ର କି ୪୦ ବର୍ଷର ନାରୀ ରେପ୍‌ ହେଲେ ସେମାନଙ୍କ ପାଇଁ କି ପଦକ୍ଷେପ ନିଆଯାଇଛି ? ଯିଏ ଦୋଷୀ ସାବ୍ଯସ୍ତ ହେଲା ତାକୁ ୯  ମାସ କି ୧ ବର୍ଷ ଜେଲ ଦଣ୍ଡାଦେଶ ; ପୁଣି ସେ ବାହାରକୁ ଆସିଲେ ଯେତାକୁ ସେତା...ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।