ଶ୍ରୀମତୀ କଲ୍ୟାଣୀନନ୍ଦ
ତୁମେ ସତ୍ୟ ଶିବ ସୁନ୍ଦର
ତୁମେ ବ୍ରହ୍ମମୟ
ତୁମେ କରୁଣାମୟ
ଦୟା କ୍ଷମାର ସାଗର ।।
ତୁମ ଇଛାମତେ
ଚାଲିଛି ଜଗତ
ତୁମେହିଁ ଧର୍ମ
ତୁମେହିଁ ସତ୍ୟ
ଏ ଭବ ସାଗର
ତୁମ ଖେଳଘର
ଲୀଳା ତୁମ କୋଟି
ଅନନ୍ତ ଅପାର
ତୁମେ ସତ୍ୟ ଶିବ ସୁନ୍ଦର। ।।
ଏ ମାୟା ସଂସାରେ
ଜାଣି ନାହିଁ କିଛି
ଖୋଜେ ମୁଁ ତୁମକୁ
ସଦା ଦିବା ନିଶି
ହେ ତାରଣ କର୍ତ୍ତା
ହେ ଜଗତ ପିତା
ଦୀନ ଜନେ ଦୋଷ
କ୍ଷମା କର
ତୁମେ ସୁନ୍ଦର
ଚିର ସୁନ୍ଦର
ତୁମେ ସତ୍ୟ ଶିବ ସୁନ୍ଦର ।।
ଯୁଗ୍ମ ସମ୍ପାଦିକା
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।