1/02/2019

ୟେ ତ କଳି କାଳ ରୀତି

                                                                           ସଂଗ୍ରାମ କେଶରୀ ରାଉତରାୟ
ପିଚୁ ରାସ୍ତା ଖୋଳି କରୁଥିଲା ଗାତ                                                                   ଯାଉ ଯାଉ ମୁଁ ଦେଖିଲି।
କାହିଁକି ଖୋଳୁଛ ଗାତ ତୁମେ ଏଠି
       ଉତ୍କଣ୍ଠାରେ ପଚାରିଲି।
କହିଲା ଗୋଟାଏ ତ୍ୱରଣ କରିବି
       ନେତା ଦେବେ ଅଭିନନ୍ଦନ।
ନବବର୍ଷର ଶୁଭ ମନାସିବେ
    ଲୋଡିବେ ଆମ ସମର୍ଥନ।
କଥା ତାର ଶୁଣି ହଂସା ମୋ ଉଡିଲା
        ଭାବିଲି ଗାତକୁ ଦେଖି।
ତ୍ୱରଣ ଭାଙ୍ଗିଲେ ଗାତ ରହିଥିବ
        ଦୁର୍ଘଟଣା ମୂକସାକ୍ଷୀ।
ପାଦଚଲା ଲୋକେ ଖାଇବେ କଚଡା
      ଭାଙ୍ଗିବ କାହାର ଗୋଡ।
ଦି ଚକିଆ ଯାନ ପଡିବ ଛିଟିକି
      ଫୁଟି ଦେଖା ଯିବ ହାଡ।
କଅଁଳେଇ ମୁହିଁ ତାକୁ ପଚାରିଲି
      କାହିଁକି ଏପରି କରୁ।  
ଟେଣ୍ଡଵାଲା ମୁହିଁ କାମ ମୋ କରୁଛି
      କାହିଁକି ମୋତେ ପଚାରୁ?
ସାହସ ଅଛିତ ପଚାର ଯାଇକି
      ଯିଏ ମୋତେ ପଠେଇଛି।
ପେଟ ଚାଖଣ୍ଡକ ପାଇଁ ମୁଁ ଏପରି
      ନିର୍ଲଜ କାମ କରୁଛି।
ଭଦ୍ର ମୁଖା ପିନ୍ଧା ଅଭଦ୍ର ମଣିଷ
      ଦେଇଛି ମୋତେ ନିର୍ଦେଶ
ନୂଆ ବର୍ଷରେ ମିଳିବ ମାଗଣା
      ତାକୁ କାଳେ ମଦ ମାଂସ।
ନେତା କାଳେ ଦେବେ ଇନ୍ଦିରା ନିବାସ
      ମିଳିବ ରାସନ କାର୍ଡ।
ବିବେକଟା ତାର ସେଇଥିରେ ବନ୍ଧା
       ଆଉସବୁ ଯାଉ ଭାର୍ଡ।
ତା କଥା ଶୁଣି ସେଠୁ ମୁଁ ଫେରିଲି
       ଭାବିଲି ମନକୁ ମନ।
ମୁଁ ବି ତ ଦିନେ ସେଇ ନେତୃତ୍ୱକୁ
       ଦେଇ ଥିଲି ଭୋଟ ଦାନ।
ଶିଶୁଆ, ଓଲଟପୁର, କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।