ପୂର୍ଣ୍ଣଚନ୍ଦ୍ର ରଣା
ଅକୁହା ସପନ ଅଭୁଲା କାହାଣୀ l
ଗଗନେ ନକ୍ଷତ୍ର ଚଳନ୍ତି ଚନ୍ଦ୍ରମା
ସପନେ ଆସନ୍ତି ସୁନ୍ଦରୀ ପ୍ରତିମା l
ଶରୀରେ ଶୋଭୁଛି ଅକୁହା ଅଳସୀ
ସୁନ୍ଦର ଲାଗୁଛି କାଖରେ କଳସୀ l
ଶୀତୁଆ ଲହରୀ ଖେଳୁଛି ଜଗତେ
ସପନ ଧାଉଁଛି କୁହୁଡି ସଙ୍ଗତେ l
ଅମାପ ସପନ ଆସୁଛି ନୟନେ
ଆନନ୍ଦ ଭରୁଛି ସପନେ ଶୟନେ l
ପାହାନ୍ତି ପ୍ରଭାତ ଆସିଲା ଦଉଡି
ସପନ ମୋହର ଗଲାରେ ବିଗିଡି lହାଟସିଂହାପୁର, ଯାଜପୁର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।