1/02/2019

ସେହି ମୋ' ଭାରତ ଦେଶ

କବିତା ମହାନ୍ତି
ସେହି ମୋ' ଭାରତ ଦେଶ.....                                                                    ଶାନ୍ତି  କପୋତ ବିଶ୍ବ ନୀଳାମ୍ବରେ
ଜାତୀୟ ସଙ୍ଗୀତ ପ୍ରୀତି ଝଙ୍କାରେ
ତ୍ରିରଙ୍ଗା  କେତନ ହାସ
ସେହି ମୋ' ଭାରତ ଦେଶ.....
ବୁଦ୍ଧଦେବଙ୍କର ଅହିଂସା ମନ୍ତ୍ର
ସ୍ପର୍ଶ କରଇ କୋଟି ପ୍ରାଣ ତନ୍ତ୍ର 
ସଂପ୍ରୀତିରେ ହିଂସା  ବଶ 
ସେହି ମୋ' ଭାରତ ବର୍ଷ.....
ପ୍ରାଣୀଙ୍କ  ଆରତେ ପାଷାଣୁ ଝରେ
ବିଶ୍ବ ଚକ୍ଷୁରେ ଲୋତକ ଭରେ
ଅମର ଲେଖନୀ ସ୍ପର୍ଶ
ସେହି ମୋ' ଭାରତ ଦେଶ.....
ଦିବ୍ଯ ଜ୍ୟୋତି ଦୀପ୍ତି ବିଶ୍ବଧର୍ମ ସଭା                          
ହିନ୍ଦୁଧର୍ମ ନୀତି ପବିତ୍ର ଆଭା
ଦୀନ ମାନବ ଯେ ଇଶ
ସେହି ମୋ' ଭାରତ ଦେଶ.....
ଖଟେ ଶୂର ବୀର ଜନନୀ  ପୟରେ 
ପୁଣ୍ୟତୋୟା ଦେହୁ ଅମୃତ ଝରେ
ସ୍ବଦେଶ ପ୍ରୀତି ପିୟୁଷ
ସେହି ମୋ' ଭାରତ ଦେଶ.....
ଅନ୍ନବ୍ରହ୍ମ କରେ କ୍ଷୁଧାକୁ ବିନାଶ
ଶସ୍ୟଶାଳୀ କ୍ଷେତେ ସୁବଣ୍ଣ ଶସ୍ୟ
ମାନବ ଧର୍ମେ ବିଶ୍ବାସ 
ସେହି ମୋ' ଭାରତ ଦେଶ.....
ପ୍ରଧାନ ଶିକ୍ଷୟିତ୍ରୀ 
ସାଇଲୋ ଝାରପଡା ଉପ୍ରା ବିଦ୍ଯାଳୟ
 କଣ୍ଟାପଡା କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।